ଥରେ ୟୁଜିକେ ତାଙ୍କ ଅନୁଗାମୀମାନଙ୍କୁ ଏହି କଥାଟି କହୁଥିଲେ।

Advertisment

କୌଣସି ଏକ ରେସ୍ତୋଁରାରେ ଲୋକେ ଖାଉଥିଲେ। କେଜାଣି କେଉଁ ଠାରୁ ଉଡ଼ି ଆସିଲା ଗୋଟିଏ ଅସରପା। ଅସରପା ଯାଇ ଜଣେ ମହିଳାଙ୍କ ପ୍ଲେଟ୍‌ ଉପରେ ବସିଲା। ଏହା ଦେଖି ମହିଳା ହାତଗୋଡ଼ ଛାଟି ଏମିତି ଚିତ୍କାର କଲେ ଯେ ରେସ୍ତୋଁରାରେ ମୃଦୁ ଗପି ଖାଦ୍ୟ ଖାଉଥିବା ଲୋକେ ଏକା ବେଳକେ ଚୁପ୍‌ ହୋଇଗଲେ। ତା’ ପରେ ଅସରପା ପୁଣି ଗୋଟିଏ ଛୋଟ ଉଡ଼ାଣ ଦେଇ ବସିଲା ନିକଟରେ ଥିବା ଆଉ ଏକ ଟେବୁଲରେ। ଏଥର ଚିତ୍କାର କରିବା ପାଳି ଥିଲା ସେଇ ଟେବୁଲରେ ବସିଥିବା ଲୋକଙ୍କର। ପୁଣି ଅସରପା ଉଡ଼ିଗଲା। ଏଣିକି ରେସ୍ତୋଁରାରେ ଖାଉଥିବା ଲୋକେ ପାଳି ପାଳି କରି ଚିଲ୍ଲାଉଥିଲେ ଏବ˚ ଖୁବ୍‌ ଅଳ୍ପ ସମୟ ଭିତରେ ଗୋଟିଏ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଗଲା।

ଏହା ଦେଖି ଭିତରକୁ ପଶି ଆସିଲେ ଜଣେ େଵଟର ବା ପରିଚାରକ। ସେ ସନ୍ତର୍ପଣରେ ଅସରପା ବସିଥିବା ଟେବୁଲ ପାଖକୁ ଗଲେ ଏବ˚ ତାକୁ ଧରି ପକାଇଲେ। ତା’ପରେ ତାକୁ ବାହାରକୁ ନେଇଗଲେ। ସାଙ୍ଗେସାଙ୍ଗେ ରେସ୍ତୋଁରା ଭିତରେ ସ୍ବାଭାବିକତା ଫେରି ଆସିଲା।

ଗପଟି ପରେ ୟୁଜିକେ କହିଲେ- କୌଣସି ସମସ୍ୟାର ସାମ୍‌ନା କଲା ବେଳେ ଆମମାନଙ୍କ ଭିତରୁ ଅଧିକା˚ଶ ସେଇ ରେସ୍ତୋଁରାରେ ଖାଉଥିବା ଲୋକମାନଙ୍କ ଭଳି ହେଉ। ସମାଧାନ ଲାଗି ପଦକ୍ଷେପ ନ ନେଇ ପ୍ରତିକ୍ରିୟା ପ୍ରକାଶ କରୁ ଏବ˚ ସେଇ ପ୍ରତିକ୍ରିୟା ପ୍ରକାଶ କରିବା ହିଁ କେବଳ ଆମର ଦାୟିତ୍ବ ବୋଲି ଭାବୁ। ଯେଉଁମାନେ ଅସରପାକୁ ଧରିଲା ଭଳି ସମସ୍ୟାର ସାମନା କରି ତାର ସମାଧାନ କରନ୍ତି, ସେମାନେ ପ୍ରାୟତଃ ନିରବରେ ତାହା କରନ୍ତି।