ଅହ˚କାରର ପ୍ରକାର

କଥାଟିଏ - ଯାଯାବର

ଜଣେ ବ୍ୟକ୍ତି ଦୁର୍ଘଟଣାରେ ନିଜର ଗୋଟିଏ ଗୋଡ଼ ହରାଇଲେ। ନିଜର ଏ ଅକ୍ଷମତାକୁ ଅତିକ୍ରମ କରି ସେ କଷ୍ଟେମଷ୍ଟେ ନିଜ ଜୀବନ କାଟିବାକୁ ଲାଗିଲେ। ଦିନକର କଥା। ସେ ଗୋଟିଏ ଚଢ଼ାଣି ରାସ୍ତାରେ ପାଦରେ ଚାଲି ଚାଲି ଯାଉଥିଲେ। ସ୍ବାଭାବିକ ଭାବେ ଆଶାବାଡ଼ିର ସହାୟତାରେ ସେ ଅତ୍ୟନ୍ତ ଧୀରେ ଧୀରେ ପାହାଡ଼ ଚଢ଼ୁଥିଲେ ଏବ˚ କ୍ଳାନ୍ତ ହୋଇ ପଡୁଥିଲେ। ଏଇ ସମୟରେ ପଛରୁ ଆସୁଥିବା ଜଣେ ଗାଡ଼ିଧାରୀ ତାଙ୍କୁ ନିଜ ଗାଡ଼ିରେ ବସାଇ ଉଠାଣି ରାସ୍ତାକୁ ପାର କରିଦେବାକୁ କହିଲେ। କିନ୍ତୁ ଭିନ୍ନକ୍ଷମ ଭଦ୍ରଲୋକ ବିନମ୍ରତାର ସହିତ ମନା କରି କହିଲେ- ମୁଁ ନିଜେ ନିଜେ ଯିବି। ଧନ୍ୟବାଦ। ଗାଡ଼ିରେ ଯାଉଥିବା ଲୋକ ମନେ ମନେ ଭିନ୍ନକ୍ଷମ ଭଦ୍ରବ୍ୟକ୍ତିଙ୍କୁ ଅହ˚କାରୀ ବୋଲି କହି ଆଗକୁ ବଢ଼ିଲେ।

ଘରେ ପହଞ୍ଚି ଭିନ୍ନକ୍ଷମ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କ ସାମ୍‌ନାରେ ଏ କଥାର ଅବତାରଣା କରିବାରୁ ପତ୍ନୀ ମଧୢ କହିଲେ- ତୁମେ ଅପରର ସାହାଯ୍ୟକୁ ମନା କରିବା କଥା ନୁହେଁ। ଏହା ତୁମର ଅହ˚କାର ଭଳି ଲାଗୁଛି।

ଭିନ୍ନକ୍ଷମ ଭଦ୍ରବ୍ୟକ୍ତି କହିଲେ- ତୁମେ ବୁଝିପାରିଲ ନାହିଁ। ଯେଉଁମାନେ ମୋତେ ସାହାଯ୍ୟ କରିବାକୁ ବାହାରୁଛନ୍ତି ସେମାନଙ୍କ ମନରେ ଆଉ ଏକ ପ୍ରକାର ଅହ˚କାର ଦେଖା ଦେଉଛି। ସେମାନଙ୍କ ସେଇ ଅହ˚କାର ଚାହିଁବ ଯେ ମୁଁ ସେମାନଙ୍କ ସାହାଯ୍ୟ ଲାଗି କୃତଜ୍ଞ ରହେ। ଯେତେବେଳେ ସେମାନଙ୍କୁ ଭେଟେ, ମୁଁ ସେହି କୃତଜ୍ଞତାଭରା ଭାବ ଦ୍ବାରା ଭରିଯାଏ। ଯଦି ଦୈବାତ୍‌ ସେମିତି ନ କରେ ତେବେ ସେମାନେ ମୋତେ ଅକୃତଜ୍ଞ ବୋଲି ମଧୢ କହିବେ; ସାହାଯ୍ୟ ନେଇ ଭୁଲିଯାଉଛି ବୋଲି ଅପବାଦ ଦେବେ। ତେଣୁ ମୁଁ ସାହାଯ୍ୟ ଗ୍ରହଣ କରିବାକୁ ମନା କରେ।

ସମ୍ବନ୍ଧିତ ଖବର