ସୌଭାଗ୍ୟର ମାର୍ଗ

କଥାଟିଏ - ଯାଯାବର

ଜଣେ ତରୁଣ ପଣ୍ତିତଙ୍କ ଅନାଗ୍ରହ ସତ୍ତ୍ବେ ତାଙ୍କୁ ବିବାହ କରାଇ ଦିଆଯିବାରୁ ସେ ଭୀଷଣ ଅସନ୍ତୁଷ୍ଟ ହେଲେ ଏବ˚ ବିବାହ ପରେ ତାଙ୍କ ପତ୍ନୀଙ୍କୁ ହତାଦର କଲେ। ଦିନକର କଥା। ପତ୍ନୀ ତାଙ୍କ ଲାଗି ଖାଇବା ବାଢ଼ି ଡାକିବା ପରେ ତରୁଣ ପଣ୍ତିତ ଆସୁଛି ବୋଲି କହି ବାହାରକୁ ଚାଲିଗଲେ। ସେ ପ୍ରକୃତରେ ଗଲେ ନିଜ ଗୁରୁଙ୍କ ଆଶ୍ରମକୁ। ସେଠାରେ ପୁରୁଣା ମିତ୍ର ଏବ˚ ଗୁରୁଙ୍କ ସହିତ ଆଳାପ, ବିଦ୍ୟା ଚର୍ଚ୍ଚା ଓ ବିତର୍କ ଆଦିରେ ମାତି ରହିଲେ। ସେ ଭୁଲିଗଲେ କେତେବେଳେ ଦିନ ସରି ରାତି ଆସିଗଲା। ସେ ଆଉ ଘରକୁ ନ ଫେରି ସେଠାରେ ରହିଗଲେ। ପର ଦିନ ମଧୢାହ୍ନ ବେଳକୁ ତାଙ୍କ ପତ୍ନୀଙ୍କ ପ୍ରତି ଟିକିଏ ଦୟା ସ˚ଚାର ହେଲା। ସେ ଭାବିଲେ- ଏଣିକି ଯାଇ ଦେଖିବା ସେ କେମିତି ଅଛି!

ସେ ଘରକୁ ଯାଇ ଯାହା ଦେଖିଲେ ସେଥିରେ ଚକିତ ହୋଇଗଲେ। ପତ୍ନୀ ତାଙ୍କୁ ଘରକୁ ପାଛୋଟି ନେଲେ। ଦୁଇ ଦିନ ଧରି ସେ କେଉଁଠି ଥିଲେ ତାହା ପଚାରିଲେ ନାହିଁ। ମଧୢାହ୍ନ ହୋଇଯାଇଥିବାରୁ ଖାଦ୍ୟ ବାଢ଼ିଦେଲେ। ଏଥିରେ କିଞ୍ଚିତ ଅନୁତପ୍ତ ସ୍ବାମୀ ପଚାରିଲେ- ତୁମେ ଖାଇଛ ନା ନାହିଁ?

ପତ୍ନୀ କହିଲେ- ଆପଣ କାଲି ଠାରୁ କ’ଣ ଖାଇଛନ୍ତି କି ନାହିଁ ନ ଜାଣି ମୁଁ କେମିତି ଅନ୍ନ ପାଟିକୁ ନେଇ ଥାଆନ୍ତି!

ପଣ୍ତିତ ଯୁବକଙ୍କ ମନ ଦ୍ରବୀଭୂତ ହୋଇଗଲା। ସେ କହିଲେ- ତୁମେ ଅସାଧାରଣ। ମୋର ଭୁଲ ହୋଇଛି।

କିନ୍ତୁ ପତ୍ନୀ କହିଲେ- ନା ନା। ସେମିତି ନୁହେଁ। ମୋର ଏମିତି ପରୀକ୍ଷା କଲେ ବୋଲି ସିନା ମୋ ବିଷୟରେ ଆପଣ ଯାହା କେବେ ବି ଜାଣି ପାରି ନ ଥାଆନ୍ତେ ତାହା ଜାଣିପାରିଲେ। ବର˚ ଏହା ଆମ ଦୁହିଁଙ୍କ ଲାଗି ସୌଭାଗ୍ୟର ବାଟ ଖୋଲିଦେଲା।

ସମ୍ବନ୍ଧିତ ଖବର