ଲାଓତ୍‌ ସେଙ୍କ ଉପଦେଶ

କଥାଟିଏ - ଯାଯାବର

ଥରେ ଚୀନର ଦାର୍ଶନିକ ଲାଓତ୍ ସେଙ୍କ ପାଖକୁ ଆସିଲେ ଜଣେ ସାଧାରଣ ଲୋକ। ସେ କହିଲେ- ଆପଣ ଯାହା ଉପଦେଶ ଦେଲେ ତାହା ମୁଁ ବୁଝିପାରୁନାହିଁ। ମୋତେ ଆଉ ଥରେ ବୁଝାଇ ଦିଅନ୍ତୁ। ଲାଓତ୍‌ ସେ ତାଙ୍କୁ ଘର ଭିତରକୁ ଡାକି ନେଲେ ଓ ପୁଣି ସବୁ କିଛି ବୁଝାଇ ଦେଲେ। ଲୋକ ଜଣକ ଚାଲିଗଲେ।

ପର ଦିନ ସେ ପୁଣି ଆସିଲେ ଓ ଲାଓତ୍‌ ସେଙ୍କୁ ସେହି କଥା କହିଲେ। ଲାଓତ୍‌ ସେ ପୂର୍ବ ଭଳି ତାକୁ ଘର ଭିତରକୁ ଡାକିନେଲେ ଓ ପୁଣି ଥରେ ବୁଝାଇ ଦେଲେ। ଲୋକଜଣକ ପର ଦିନ ପୁଣି ଥରେ ଆସିଲେ ଓ ସେଇ କଥା କହିଲେ। ଏତିକିରେ କଥା ସରିଲା ନାହିଁ। ସେ ଏମିତି ଏକୋଇଶ ଦିନ ଧରି ପ୍ରତିଦିନ ଲାଓତ୍‌ ସେଙ୍କ ପାଖକୁ ଆସୁଥିଲେ ଓ ସେଇ ସମାନ କଥା କହୁଥିଲେ ଏବ˚ ଲାଓତ୍‌ ସେ ତାଙ୍କୁ ଅବିଚଳିତ ଭାବେ ବୁଝାଇ ଦେବା ପରେ ସେ ଚାଲି ଯାଉଥିଲେ।

ବାଇଶତମ ଦିନ ଲାଓତ୍‌ ସେ ତାଙ୍କୁ ଅପେକ୍ଷା କରି ରହିଲେ। କିନ୍ତୁ ସେ ଆସିଲେ ନାହିଁ। ଏଥର ଲାଓତ୍‌ ସେ ତାଙ୍କ ଘରକୁ ଗଲେ ଏବ˚ ଘର ଆଗରେ ଛିଡ଼ା ହୋଇ ତାଙ୍କୁ ଡାକିଲେ ଓ ପଚାରିଲେ- ଆଜି ବୁଝିବା ଲାଗି ଆସିବ ନାହିଁ କି?

ଲୋକଜଣକ ଘରୁ ବାହାରି ଆସି କହିଲେ -ଲାଓତ୍‌ ସେ, ଗଲା କାଲି ମୁଁ ପ୍ରକୃତରେ ଆପଣଙ୍କ ଉପଦେଶକୁ ପୂରା ବୁଝିଗଲି। ସେଥି ଲାଗି କାଲି ଠାରୁ ମୁଁ ଆଉ ପୂର୍ବର ସେହି ଲୋକ ହୋଇ ରହିନାହିଁ। ବୁଝିବା ସ˚ପୂର୍ଣ୍ଣ ହେବା ବେଳକୁ ମୁଁ ବି ବଦଳିଯାଇଛିି। ଆପଣ ନିଜ ଉପଦେଶରେ ଯାହା ହେବାକୁ କହୁଥିଲେ, ମୁଁ ତାହା କେବଳ ବୁଝିନାହିଁ, ମୁଁ ସେଭଳି ହୋଇ ଯାଇଛି।

ଏହାର ମର୍ମ ହେଲା କୌଣସି ଉପଦେଶକୁ ବୁଝିବା ସହଜ କଥା। କିନ୍ତୁ ପ୍ରକୃତରେ ବୁଝିବାର ଅର୍ଥ ଉପଦେଶ ଅନୁସାରେ ନିଜକୁ ପରିବର୍ତ୍ତିତ କରିବା।

ସମ୍ବନ୍ଧିତ ଖବର