ଜଣେ ବିଦ୍ବାନ୍ଙ୍କ ମନରେ ସୁଖ ନ ଥିଲା। ଖ୍ୟାତି, ଐଶ୍ବର୍ଯ୍ୟ ଏବ˚ ସଫଳତା ସବୁ ଥିଲା, କିନ୍ତୁ ସୁଖ ମିଳୁ ନ ଥିଲା।
ଥରେ ସେ ପ୍ରାତଃ ଭ୍ରମଣରେ ବାହାରିଛନ୍ତି, ଦେଖିଲେ ଯେ ଜଣେ ଲୋକ ମନ ଖୁସିରେ ଗୀତ ଗାଇ ଗାଇ ଚାଲିଛି। ବିଦ୍ବାନ୍ ତାକୁ ଅଟକାଇ ପଚାରିଲେ, ତୁମେ ଭାରି ଖୁସି ଭଳି ଲାଗୁଛ।
ସେ କହିଲା- ମୁଁ ସଦାବେଳେ ଖୁସି ଥାଏ।
ବିଦ୍ବାନ୍ କହିଲେ- କିନ୍ତୁ ଲାଗୁଛି ତୁମେ ଜଣେ ଅଭାବୀ ଲୋକ। ତୁମର ବହୁତ କିଛିର ଆବଶ୍ୟକତା ଥିବ। ତଥାପି ତୁମେ ଖୁସିରେ ରହିଛ କେମିତି?
ଲୋକଟି କହିଲା- ପ୍ରଥମ କଥା ହେଲା ଆପଣଙ୍କ ନଜରରେ ମୁଁ ବହୁତ ଅଭାବୀ। କିନ୍ତୁ ମୁଁ ତାହା ନୁହେଁ। ମୋର ଯାହା ଅଛି ତାହା ମୋ ଲାଗି ଯଥେଷ୍ଟ। ତେଣୁ ମୋର କୌଣସି କଥାର ଆବଶ୍ୟକତା ନାହିଁ। ଦ୍ବିତୀୟ କଥା ହେଲା ଦୁଇଟି ଜିନିଷକୁ ନେଇ ମୁଁ ଆଦୌ ଚିନ୍ତା କରେନାହିଁ। ଗୋଟିଏ ହେଲା ଗତ କାଲି ଏବ˚ ଆରଟି ଆସନ୍ତା କାଲି। ଗତକାଲି ଯାହା କରିସାରିଛି, ତାହା କଦାଚିତ୍ ବଦଳାଇ ପାରିବେ ନାହିଁ। ପୁଣି ଆସନ୍ତାକାଲି ହେଉଛି ଏମିତି ଗୋଟିଏ ଦିନ ଯାହା ବିଷୟରେ ସମସ୍ତେ ଅଜ୍ଞ। କେହି ଜଣେ ହେଲେ କହିପାରିବେ ନାହିଁ ଯେ ଆସନ୍ତାକାଲି କ’ଣ ଘଟିବ? ତେଣୁ ଆସନ୍ତାକାଲି ବିଷୟରେ ବି ଚିନ୍ତା କରି ଲାଭ ନାହିଁ। ତେଣୁ ମନରେ କୌଣସି ଚିନ୍ତା ନାହିଁ। ଆଉ ଆଜିକାର ଦିନଟି ତ କାମ କରିବା ଲାଗି ଓ ଅବସର ବେଳେ ଗୀତ ଗାଇବା ଲାଗି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/footf.jpg)