ଜଣେ ପାରଦର୍ଶୀ ଧନୁର୍ଦ୍ଧର ଥିଲେ। ସେ ଆକାଶରେ ଉଡୁଥିବା ପକ୍ଷୀକୁ ତୀର ମାରି ତଳକୁ ଖସାଇ ଦେଉଥିଲେ। ବିଦ୍ୟା ସମାପ୍ତ ହେବା ପରେ ଗୁରୁ ତାଙ୍କୁ ଆଶୀର୍ବାଦ ଦେଇ ବିଦାୟ ଦେଲେ।

Advertisment

ସେହି ତରୁଣ ଥରେ ଜଣେ ଅନିନ୍ଦ୍ୟ ସୁନ୍ଦରୀ କନ୍ୟାଙ୍କୁ ଦେଖି ତାଙ୍କ ଦ୍ବାରା ଆକର୍ଷିତ ହେଲେ। ତରୁଣ ମଧ୍ୟ ଥିଲେ ଜଣେ ସୁଦର୍ଶନ ଯୁବକ। ତେଣୁ କନ୍ୟାଙ୍କର ମଧୢ ସମ ଦଶା ହେଲା। ଉଭୟେ ବିବାହ କରିବାକୁ ସ୍ଥିର କଲେ।

କନ୍ୟା ଜଣକ ଥିଲେ ରାଜ୍ୟର ମହାମନ୍ତ୍ରୀଙ୍କ ଏକମାତ୍ର କନ୍ୟା। ନିଜ ଝିଅ ଠାରୁ ତାଙ୍କ ପସନ୍ଦ ବିଷୟରେ ଶୁଣିବା ପରେ ମନ୍ତ୍ରୀ ପଚାରିଲେ- ତୁମେ ତାଙ୍କର କ’ଣ ବିଚକ୍ଷଣତା ଅଛି କୁହ।

କନ୍ୟା କହିଲେ- ସେ ହେଉଛନ୍ତି ଏହି ରାଜ୍ୟର ସର୍ବଶ୍ରେଷ୍ଠ ଧନୁର୍ଦ୍ଧର। ସେ ଉଡ଼ନ୍ତା ପକ୍ଷୀକୁ ମଧୢ ଶର ବିଦ୍ଧ କରି ପାରନ୍ତି।

ମନ୍ତ୍ରୀ କହିଲେ- ତେବେ ତାଙ୍କୁ ନିଜ ଯୋଗ୍ୟତାର ପ୍ରମାଣ ଦେବାକୁ କହ।

କନ୍ୟା ଜଣକ ଏଥର ଯୁବକଙ୍କୁ ସେହି କଥା କହିଲେ। ଯୁବକ ମହାନନ୍ଦରେ ରାଜି ହୋଇଗଲେ ଏବ˚ ଭାବିଲେ ତାଙ୍କ ସ୍ବପ୍ନ ସାର୍ଥକ ହେବାକୁ ଯାଉଛି।

ପରୀକ୍ଷାର ଦିନ ଆସିଲା। ମନ୍ତ୍ରୀ ଓ ତାଙ୍କ କନ୍ୟାଙ୍କ ସମ୍ମୁଖରେ ଯୁବକ ଧନୁତୀର ଧରି ଦଣ୍ତାୟମାନ ହେଲେ। ମନ୍ତ୍ରୀ ଉଡ଼ି ବୁଲୁଥିବା ପକ୍ଷୀଟିକୁ ଦେଖାଇ ଶର ସନ୍ଧାନ କରିବାକୁ କହିଲେ। ଯୁବକ ତାହା କରିବାକୁ ଲକ୍ଷ୍ୟ ଯୋଖିଲେ।

କିନ୍ତୁ ତାଙ୍କ ଚିତ୍ତରେ ଚାଞ୍ଚଲ୍ୟ ଦେଖାଦେଇଥିଲା। ତାଙ୍କ ମାନସପଟରେ ସୁନ୍ଦରୀ କନ୍ୟାଙ୍କ ଚେହେରା ବାରମ୍ବାର ଭାସି ଉଠୁଥିଲା। ଯୁବକ ଏଥର ଧନୁ ତଳକୁ କଲେ ଏବ˚ ଧୀର ପଦକ୍ଷେପରେ ସେହି ସ୍ଥାନ ଛାଡ଼ିବାକୁ ବସିଲେ।

ଏହା ଦେଖି ହତବାକ୍‌ କନ୍ୟା କହିଲା- ୟେ କ’ଣ କରୁଛ? ଯୋଗ୍ୟତାର ପରିଚୟ ଦେଉନାହଁ କାହିଁକି?

ଯୁବକ କହିଲା- ଏ ପର୍ଯ୍ୟନ୍ତ ଯୋଗ୍ୟ ହୋଇନାହିଁ। ତେଣୁ ଗୁରୁଙ୍କ ନିକଟକୁ ଫେରୁଛି। ଧନୁର୍ବିଦ୍ୟାର ସବୁ ସୂକ୍ଷ୍ମ କଳା ମୁଁ ଶିଖି ସାରିଛି ସିନା, ଚିତ୍ତକୁ ସ୍ଥିର କରି ରଖିବାର ସାମର୍ଥ୍ୟ ଏ ଯାଏ ପାଇନାହିଁ। ତାହା ପାଇଲା ପରେ ଯାଇ ମୁଁ ସମର୍ଥ ହେବି। ତାହା ହିଁ ପ୍ରକୃତ ଯୋଗ୍ୟତା।