ରହିବାର ବାଗ

କଥାଟିଏ - ଯାଯାବର

ଜଣେ ସନ୍ନ୍ୟାସୀ ଥିଲେ। ସେ ଥରେ ଆଶ୍ରମ ଛାଡ଼ି କୌଣସି ଏକ କାର୍ଯ୍ୟରେ ସହରକୁ ଯାଇ ଅନେକ ଦିନ ରହିଗଲେ। ଆଉ ଫେରିଲେନାହିଁ। ତାଙ୍କ ସନ୍ଧାନ‌େର ଜଣେ ଚେଲା ସହରକୁ ଗଲା। ସେ ଦେଖିଲା ଯେ ସନ୍ନ୍ୟାସୀ ଜଣଙ୍କ ଘରେ ମହାନନ୍ଦରେ ରହିଛନ୍ତି। ଗୃହ ମାଲିକଙ୍କୁ ତାଙ୍କ ବେପାର ବଣିଜ କାମରେ ସାହାଯ୍ୟ କରୁଛନ୍ତି। ଚେଲାଟି ସ୍ବାଭାବିକ ଭାବେ ବିସ୍ମିତ ହେଲା। ତା’ ମନରେ ପ୍ରଶ୍ନ ଉଠିଲା- ଆମ ଗୁରୁ ଏ ମାୟାରେ ବାନ୍ଧି ହୋଇଗଲେ କିପରି?

ସେ ଦିନେ ଏକା‌ନ୍ତରେ ଗୁରୁଙ୍କୁ ଭେଟିଲା ଓ ତାଙ୍କୁ ପଚାରିଲା- ଏହା କେମିତି ସମ୍ଭବ? ଗୁରୁ ତ ସଂସାର, ଘରଦ୍ବାର ଛାଡ଼ି ଆଶ୍ରମକୁ ପଳାଇ ଆସିଥିଲେ! ପୁଣି କେମିତି ସଂସାର ମାୟାରେ ପଡ଼ିଗଲେ?

ସନ୍ନ୍ୟାସୀ କହିଲେ- ବାବୁ ଆଶ୍ରମ ଓ ସଂସାର ଭିତରେ ପ୍ରଭେଦ ନାହିଁ। ସଂସାର ଛାଡ଼ି ଏକାନ୍ତକୁ ପଳାୟନ କଲେ କିଛି ଲାଭ ନାହିଁ। ସେଥିରେ ତୁମେ ଜଙ୍ଗଲ ଭିତରେ ବି ମନ ଭିତରେ ସଂସାରକୁ ଧରି ରହିଥିବ। ମୁଁ ସଂସାରରୁ ପଳାୟନ କରି ନ ଥିଲି। ମୁଁ ମୋ ପରିବାର ଭିତରେ ବି ତୃପ୍ତ ଥିଲି ଯେମିତି ଆଶ୍ରମରେ ଥାଏ। କିନ୍ତୁ ମୁଁ ସେଠି ଏମିତି ଭାବେ ରହିଥିଲି ଯେ ମୋ ରହିବା ଓ ନ ରହିବା ସମାନ ହୋଇଗଲା। ମୁଁ ପରିବାର ଭିତରେ ସବୁ କାମରେ ଥିଲି କିନ୍ତୁ ମୋର କୌଣସି ଶବ୍ଦ ନ ଥିଲା। ତେଣୁ ମୋ ପରିବାରର ଲୋକେ ବୁଝିପାରିଲେ ଯେ ମୋତେ ଛାଡ଼ି ଦିଆଯିବା ଉଚିତ। ମୁଁ ଯେତେବେଳେ ଏଠାକୁ ଆସିଲି ସେତିକିବେଳେ ଦେଖିଲି ମୋ ଆଶ୍ରୟଦାତା ତାଙ୍କ କାରବାରକୁ ନେଇ ବିପଦରେ। ସେ ସାହାଯ୍ୟ ଲୋଡୁଥିଲେ, ତେଣୁ ମୁଁ ସାହାଯ୍ୟ କଲି। ଏବେ ବି ମୁଁ ଏଠାରେ ଅଛି ଯେମିତି ଆଶ୍ରମରେ ଥା‌ଏ; ପରମ ତୃପ୍ତିରେ। ସଂସାର ଓ ଆଶ୍ରମ ପରସ୍ପର ଠାରୁ ଭିନ୍ନ ନୁହେଁ। ରହିବାର ବାଗ ଜାଣିଲେ ଉଭୟଥିରେ ତୃପ୍ତି ମିଳିବ।

ସମ୍ବନ୍ଧିତ ଖବର