ମୁଲ୍ଲା ଓ ଗଧ

କଥାଟିଏ - ଯାଯାବର

ମୁଲ୍ଲା ନସିରୁଦ୍ଦିନଙ୍କ ଗଧଟାଏ ଥିଲା। ସେ ତାକୁ ବହୁତ ଗେହ୍ଲା କରୁଥିଲେ। ଥରେ ମୁଲ୍ଲାଙ୍କ ଗାଁକୁ ଆସିଲେ ଜଣେ ଫକିର। ତାଙ୍କ ଠାରୁ ଶିକ୍ଷା ଲାଭ କରିବା ଲାଗି ଗାଁ ଲୋକେ ଗଲେ। ତା’ ଭିତରେ ଥିଲେ ମୁଲ୍ଲାଙ୍କ ପତ୍ନୀ। ଫକିର କହିଲେ- ତୁମେମାନେ ଯାହାକୁ ଭଲ ପାଉଛ, ତାକୁ ବନ୍ଧନରେ ବାନ୍ଧ ନାହିଁ। ତାକୁ ମୁକ୍ତ କରିଦିଅ। ତା’ଠାରେ କୌଣସି ପ୍ରତ୍ୟାଶା ରଖ ନାହିଁ। ତୁମ ଭଲ ପାଇବା ନିଃସର୍ତ୍ତ ହେଉ। ଦେଖ, ଯଦି ସ୍ନେହ ଖାଣ୍ଟି, ତେବେ କେବଳ ସେଇ ସ୍ନେହର ବନ୍ଧନ ତାକୁ ତୁମ ପାଖକୁ ଭିଡ଼ି ଆଣିବ।

କଥାଟା ମୁଲ୍ଲାଙ୍କ ସ୍ତ୍ରୀଙ୍କ ମନକୁ ପାଇଗଲା। ସେ କହିଲେ- ମୁଲ୍ଲା, ତୁମେ ଯଦି ଗଧକୁ ଭଲ ପାଅ, ତାହା ହେଲେ ତାକୁ ଛାଡ଼ି ଦିଅ। ‌େସଥିରୁ ଜଣାପଡ଼ିବ ତୁମ ଦୁଇ ଜଣଙ୍କ ଭିତରେ ସ୍ନେହ କେତେ?

ମୁଲ୍ଲା ଏହା ଶୁଣି ମନେ ମନେ ବିରକ୍ତ ହେଲେ। କିନ୍ତୁ ପତ୍ନୀଙ୍କ ଏକା ଜିଦ୍- ଗଧକୁ ବନ୍ଧନମୁକ୍ତ କର। ମୁଲ୍ଲା ବାଧ୍ୟ ହୋଇ ତାହା କଲେ। ଖୋଲା ହେବା କ୍ଷଣି ଗଧ ଦୌଡ଼ି କୁଆଡ଼େ ଚାଲିଗଲା। ଦିନ ଯାକ ବୁଲିବା ପରେ ଗଧଟି ହାଲିଆ ହୋଇଗଲା। ରାତିରେ ପ୍ରବଳ ଶୀତ ହେବାରୁ ସେ ମୁଲ୍ଲାଙ୍କ ଘରକୁ ଫେରିଲା ଓ ନିଶାର୍ଧ‌େର ଘର ଆଗରେ ଛିଡ଼ା ହୋଇ ବୋବାଳି ଛାଡ଼ିଲା। ମୁଲ୍ଲାଙ୍କ ପତ୍ନୀ ଏହା ଶୁଣି ମହାଖୁସି।

ସେ ମୁଲ୍ଲାଙ୍କୁ ନିଦରୁ ଉଠାଇ କହିଲେ- ତୁମ ଗଧ ଫେରି ଆସିଲା। ଏଥିରୁ ମୁଁ ବୁଝି ପାରୁଛି ତୁମ ଦୁହିଁଙ୍କ ଭଲ ପାଇବା କେତେ ଟାଣ!

ଅଧ ରାତିରେ ମୁଲ୍ଲାଙ୍କ ନିଦ ଭାଙ୍ଗିଥିବାରୁ ସେ ରାଗିଯାଇ କହିଲେ- ଭଲ ପାଇବା ନା ଚୋପା? ଏବେ ମୁଁ ଜାଣୁଛି ସେଇଟା ଗୋଟିଏ ଖାଣ୍ଟି ଗଧ।

ସମ୍ବନ୍ଧିତ ଖବର