ଜଣେ ବଣିକଙ୍କ ପାଖରେ ଥିଲା ଗୋଟିଏ ଜାତିଆ ଆରବୀ ଘୋଡ଼ା। ବଣିକ ସେଇ ସୁନ୍ଦର ଘୋଡ଼ାର ମୋହରେ ପଡ଼ିଗଲେ। ତା’ଲାଗି ନୂଆ ଅସ୍ତାବଲ ତିଆରି କରାଇଲେ ଏବ˚ ତହିଁରେ ତାକୁ ଅତି ଯତ୍ନର ସହିତ ରଖିଲେ।
ଦିନକର କଥା। ଜଣେ ସୁଫି ସନ୍ଥ ଗୋଟିଏ ଖଚର ପିଠିରେ ବସି ବଣିକଙ୍କ ଦୁଆର ମୁହଁରେ ପହଞ୍ଚିଲେ। ବଣିକ ସୁଫି ସନ୍ଥମାନଙ୍କୁ ଭାରି ମାନ୍ୟ କରୁଥିଲେ। ତେଣୁ ସେ ତାଙ୍କର ବହୁତ ଚର୍ଚା କଲେ। ପରଦିନ ସନ୍ଥ ଯିବାକୁ ବାହାରିବା ବେଳେ ବଣିକଙ୍କୁ କହିଲେ- ତୁମେ ଗୋଟିଏ କାମ କର। ମୋ ଖଚରକୁ ରଖ ଏବ˚ ତୁମ ଘୋଡ଼ାକୁ ମୋତେ ଦିଅ। ବଣିକ ଏ ପ୍ରସ୍ତାବରେ ଆକାଶରୁ ଖସି ପଡ଼ିଲେ। ସେ ସନ୍ଥଙ୍କୁ ଯେତେ ଭୁଲାଇବାକୁ ଚେଷ୍ଟା କଲେ ବି ସନ୍ଥ ଥିଲେ ଅବୁଝା। ବାଧୢ ହୋଇ ଛାତି ଉପରେ ପଥର ରଖି ବଣିକ ସନ୍ଥଙ୍କୁ ଘୋଡ଼ାଟି ଦେଇ ଖଚରକୁ ରଖିଲେ। କିନ୍ତୁ ଖଚରର ଯତ୍ନ ନେଲେନାହିଁ।
ବଣିକଙ୍କ ପତ୍ନୀ କହିଲେ- ତୁମେ ଭାଙ୍ଗି ପଡ଼ନାହିଁ। ସନ୍ଥମାନଙ୍କ କାମରେ କିଛି ଗୂଢ଼ ଅର୍ଥ ଥାଏ। ହୁଏତ ସମୟ ଆସିଲେ ତୁମେ ସବୁ ବୁଝିପାରିବ। କିନ୍ତୁ ବଣିକ କହିଲେ- ଦୂର ହୁଅ। ସେ ସୁନ୍ଦର ଧଳା ଘୋଡ଼ା ଆଉ ଏ ଖଚର ଭିତରେ ପୁଣି କି ତୁଳନା?
ବଣିକଙ୍କ ଜୀବନରେ ହଠାତ୍ ଏକ ଦୁର୍ଦିନ ଆସିଲା। କିଛି ଶତ୍ରୁ ଯୋଜନାବଦ୍ଧ ଭାବେ ବଣିକଙ୍କ ଘର ଉପରେ ଆକ୍ରମଣ କଲେ। ବଣିକ ଏହାର ଖବର ପାଇ ଠିକ୍ ଆକ୍ରମଣ ପୂର୍ବରୁ ପଳାୟନ କଲେ। ପାହାଡ଼ ଘେରା ସେଇ ସହରର ବାହାରକୁ ଗଲା ବେଳେ ସେ ବୁଝିପାରୁଥିଲେ ଯଦି ଖଚରଟି ନ ଥାଇ ଘୋଡ଼ାଟି ଥାଆନ୍ତା ତେବେ କେତେ ଅସୁବିଧା ହୋଇ ନ ଥାଆନ୍ତା ସତେ? ସେ ସଉକିନୀଆ ଘୋଡ଼ା ପାରିଥାଆନ୍ତା ତ?
ରାଜଧାନୀରେ ଘୋଡ଼ା ପିଠିରେ ବସି ଛାତି ଫୁଲେଇ ବୁଲିବା ଗୋଟିଏ କଥା, ଖଚର ପିଠିରେ ବସି ପ୍ରାଣ ବଞ୍ଚାଇବା ଆଉ ଗୋଟିଏ କଥା।