ଅହ˚କାରର ରୂପ

କଥାଟିଏ - ଯାଯାବର

ଥରେ ଜଣେ ସନ୍ନ୍ୟାସୀ ରାସ୍ତାରେ ଯାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ପ୍ରଶ୍ନ କଲା, ମହାତ୍ମା, ଅହ˚କାରକୁ ଜାଣିବି କେମିତି?

ସାଧୁ କହିଲେ- ତୁମେ ମୋ ସହିତ ଆସ।

ଲୋକଟି ତାଙ୍କ ସହିତ ଚାଲିଲା। କିଛି ବାଟ ଗଲା ପରେ ସେମାନେ ଦେଖିଲେ ଯେ ଷଣ୍ଢଟିଏ କିଛି ଦୂରରୁ ସେମାନଙ୍କ ଆଡ଼କୁ ଆସୁଛି।

ଲୋକଟି ତାହା ଦେଖି ସେଇ ବାଟ ଦେଇ ଯିବାକୁ ଡରିଲା। ସାଧୁ ପଚାରିଲେ- କାହିଁକି ଡରୁଛ?

ଲୋକଟି କହିଲା- ସେ ଷଣ୍ଢଟି ଆମକୁ ମାରିବ। ତାର ଶିଙ୍ଗ ଦେଖୁଛନ୍ତି? ଏହା ଏକ ଅମଣିଆ ଷଣ୍ଢ ଭଳି ଲାଗୁଛି।

ସାଧୁ କିଛି ନ କହି ଆଗକୁ ଚାଲିଲେ। ଏଥର ଲୋକଟି ତାଙ୍କ ପଛେ ପଛେ ଚାଲିବାକୁ ଲାଗିଲା। କେଇ ପାହୁଣ୍ତ ପରେ ଲୋକଟି ଭୀତତ୍ରସ୍ତ କଣ୍ଠରେ କହିଲା- ଦେଖନ୍ତୁ ସେ ଆମକୁ କେମିତି ଚାହୁଁଛି। ସେ ଆମକୁ ଆକ୍ରମଣ କରିବ।

ସାଧୁ ସେମିତି ନିରବରେ ଆଗେଇ ଚାଲିଲେ। ଲୋକଟି ଏଥର ରହିଗଲା। ସେ କହିଲା- ମହାତ୍ମା, ସେ ଭୁଷିବ। ମୁଁ ଆପଣଙ୍କ ସହିତ ଯିବି ନାହିଁ। ଏହା କହି ସେ ପଛକୁ ଫେରିଲା ଏବ˚ ସାଧୁ ନିରବରେ ଆଗେଇ ଚାଲିଲେ।

କିଛି ସମୟ ପରେ ଲୋକଟି ବି ଅନ୍ୟ ବୁଲାଣି ବାଟରେ ଆସି ସାଧୁଙ୍କ ସହିତ ମିଶିଲା। ସାଧୁ ପଚାରିଲେ- ଏବେ ଅହ˚କାରକୁ ଦେଖିପାରିଲ?
ଲୋକଟି ବିସ୍ମିତ ହୋଇ କହିଲା- ଅହ˚କାର?

ସାଧୁ କହିଲେ- ଷଣ୍ଢ ତୁମକୁ ଭୁଷି ଦେବ ‌ବୋଲି ତୁମ ଭୟ ହେଉଛି ତୁମ ଅହଂକାରର ଉପଜ। ଯେଉଁ ବ୍ୟକ୍ତି ଏଭଳି ସ୍ଥଳେ କେବଳ ଷଣ୍ଢକୁ ଦେଖିଥାଆନ୍ତା, ତା ସହିତ ‘ମୁଁଁ’କୁ ଯୋଡ଼ନ୍ତା ନାହିଁ, ସେ ପ୍ରକୃତରେ ନିରହଂକାରୀ ହୁଅନ୍ତା।

ସମ୍ବନ୍ଧିତ ଖବର