ଜୀବନର ଶିକ୍ଷା

କଥାଟିଏ - ଯାଯାବର

କ୍ରିକେଟ୍‌ରେ କେହି ହେଲେ ସଦା ବେଳେ ଶତକ ହାସଲ କରେନାହିଁ। ଏହାର ଅର୍ଥ ହେଲା, କେବଳ ଜିଣିବା କେବେ ବି ଗୋଟିଏ ଧାରା ହୋଇପାରିବନାହିଁ। ଜିଣିବା ସହିତ ହାରିବା ବି ରହିବ। ତେବେ ଜିଣିବା ସକାଶେ ସଦା ବେଳେ ପ୍ରୟାସ କରିବା ଉଚିତ। ଜିତିଲେ ଖୁସି ଲାଗେ। ଏହା ସ୍ବାଭାବିକ। କିନ୍ତୁ ଯଦି ଅନେକ ଥର ଜିତିଲା ପରେ ସଫଳତାର ଅହ˚ ମୁଣ୍ତ ଉପରକୁ ଉଠିଯାଏ, ତେବେ ବୁଝିଯିବା ଉଚିତ ଯେ ହାରିବାର ବାଟ ଖୋଲିଗଲା। ଜିତିଲା ପରେ ବି ଜିତାପଟ ଦ୍ବାରା ଖୁବ୍ ପ୍ରଭାବିତ ନ ହେବା ହେଉଛି ବୁଦ୍ଧିମାନ୍‌ର ଲକ୍ଷଣ।

ଏହା ଥିଲା ‘ଵିପ୍ରୋ’ର ପ୍ରତିଷ୍ଠାତା ଅଧୢକ୍ଷ ଅଜୀମ ପ୍ରେମଜୀଙ୍କ ଜୀବନର ଏକ ଶିକ୍ଷା। ସେଇ ଭଳି ହାରିବାକୁ ନେଇ ବି ଖୁବ୍ ବ୍ୟସ୍ତ ହେବା ଅନୁଚିତ। ପ୍ରତି ଥର ହାରିବାରୁ ନୂଆ ଶିକ୍ଷା ମିଳେ। ହାରିବାରୁ ଶିଖିଲେ ହିଁ ଜିତିବା ସମ୍ଭବ।

ତା’ ସହିତ ସେ ଆଉ ଯେଉଁ ଶିକ୍ଷା ପାଇଥିଲେ ତାହା ହେଲା, ବାରମ୍ବାର ଜିତିବା ଏବ˚ ସଫଳ ହେବା ସତ୍ତ୍ବେ ମନରେ ଗଭୀର ବିନମ୍ର ଭାବ ପୋଷଣ। ବେଳେ ବେଳେ ଲାଗେ ଆମେ ଜୀବନରୁ ଯାହା ପାଇବାକୁ ଆଶା କରୁଥିଲୁ, ତା’ଠାରୁ କାହିଁ କେତେ ଗୁଣ ଅଧିକ ପାଇଛୁ। ବେଳେ ବେଳେ ମନରେ ପ୍ରଶ୍ନ ଉଠେ ଆମେ ଯାହା ପାଇଛୁ, ସେସବୁ ପାଇବାକୁ ଆମେ ଯୋଗ୍ୟ ତ? ଏ ଭଳି କ୍ଷେତ୍ରରେ ଗୋଟିଏ କଥା ମନେରଖିବା ଉଚିତ ଏବ˚ ତାହା ହେଉଛି ପାଇବାର ଏ ପ୍ରାଚୁର୍ଯ୍ୟ ସକାଶେ କୃତଜ୍ଞତା ଜଣାଇବାର ବେଳ ଆସିଯାଇଛି। ନିଜ ପିତା, ମାତା, ଶିକ୍ଷକ ଓ ବନ୍ଧୁଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନଠାରୁ ଆରମ୍ଭ କରି କାହିଁ କେତେ ଲୋକଙ୍କ କ୍ଷୁଦ୍ରରୁ କ୍ଷୁଦ୍ରତର ଅବଦାନ ଆମ ଏ ସାଫଲ୍ୟ ପଛରେ ରହିଛି। ତେଣୁ ଏ ସଫଳତା ପରେ କୃତଜ୍ଞତା ଜଣାଇବା ହେଉଛି ସବୁଠାରୁ ବଡ଼ କଥା।

ସମ୍ବନ୍ଧିତ ଖବର