ମଣିଷ ଗୁଣ

କଥାଟିଏ - ଯାଯାବର

ଗୋଟିଏ ଜନପଦ ଉପରେ ଶତ୍ରୁ ସୈନ୍ୟ ଆକ୍ରମଣ କଲେ। ସେମାନଙ୍କ କବଳରୁ ଖସି ଯାଇ ଗୋଟିଏ ଦ˚ପତି ପାଖ ଏକ ଜନପଦକୁ ପଳାଇଲେ। ସେଠାରେ ଜଣେ ଧନୀ ବ୍ୟକ୍ତିଙ୍କ ଘରେ ସେମାନେ ଆଶ୍ରୟ ଭିକ୍ଷା କଲେ। ଧନୀ ବ୍ୟକ୍ତିଙ୍କ ପାଦ ଧରିପକାଇ ତାଙ୍କ ଶରଣ ପଶିଲେ। ସେମାନେ କହିଲେ- ଆମେ ଗୋଟିଏ କୋଣରେ ପଡ଼ି ରହିବୁ। ଆପଣଙ୍କ ଲାଗି କାମ ଦାମ କରିଦେବୁ। ଧନୀ ବ୍ୟକ୍ତି ଜଣକ ଥିଲେ ଖୁବ୍‌ ବଦାନ୍ୟ। ସେ ସେମାନଙ୍କୁ ଆଶ୍ରୟ ଦେଲେ।

କିଛି ଦିନ ବିତିଲା। ଘର କୋଣରେ ଆଶ୍ରୟ ନେଇଥିବା ଦ˚ପତି ଧନୀ ବ୍ୟକ୍ତିଙ୍କ ଘରେ ପୁରୁଣା ହୋଇଗଲେ। ଦିନେ ସେମାନେ ବିଚାର କଲେ- ଆମେ ଘର କୋଣରେ ଆଶ୍ରୟ ମାଗିଥିଲୁ ବୋଲି କଅଣ ସାରା ଜୀବନ ଏମିତି ପଡ଼ିଥିବୁ? ଆମେ ତ ପୁଣି ଘରର କେତେ ଦାୟିତ୍ବ ସମ୍ଭାଳିଛୁ। ଆମକୁ ଅଧିକ ଲୋଡ଼ା।

ଦିନେ ସେମାନେ ଯାଇ ଧନିକଙ୍କୁ କହିଲେ- ଆମ ଲାଗି କିଛି ପ୍ରାରିଶ୍ରମିକର ବ୍ୟବସ୍ଥା କଲେ ଭଲ ହୁଅନ୍ତା। ବିଚାର କରନ୍ତୁ।

ଧନୀ ବ୍ୟକ୍ତି କହିଲେ- ହଉ ସେମିତି କରିବା। ଏବେ ସେମାନେ କିଛି ପାରିଶ୍ରମିକ ପାଇଲେ।

ଅନେକ ଦିନ ଗଲା। ପୁଣି ନିଜ ସ୍ଥିତିକୁ ନେଇ ସେମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଲା। ସେମାନେ ଭାବିଲେ- ଏମିତି ଜୀବନଟା ମାଟି ହୋଇଯିବ। ବାହାରେ ଭଲ ସୁଯୋଗ ଅଛି, ଚାଲ ଦେଖିବା।

ଏମିତି ବିଚାର କରି ସେମାନେ ଲୁଚି କରି ପଳାଇ ଗଲେ। ବାହାରେ କୌଣସି ସ୍ଥାନରେ କାମ କରି ବେଶ୍‌ ଦୁଇ ପଇସା ରୋଜଗାର କଲେ ଏବ˚ ଖୁସିରେ ରହିଲେ।

ଦିନେ ଧନୀ ବ୍ୟକ୍ତିଙ୍କ ଜଣେ ବନ୍ଧୁ ତାଙ୍କୁ କହିଲେ- ତୁମ ଘରେ ରହି କାମଦାମ କରୁଥିବା ସ୍ବାମୀ-ସ୍ତ୍ରୀ ହଳକ ବାହାରେ ଜଣକୁ କହୁଥିବାର ଶୁଣିଲି ଯେ ତୁମେ କୁଆଡ଼େ ଭାରି କୃପଣ। ତୁମ ପାଖରେ ରହିଥିଲେ ସେମାନଙ୍କ ଜୀବନ ମାଟି ହୋଇଯାଇଥାଆନ୍ତା। ତେଣୁ ସେମାନେ ତୁମକୁ ଛାଡ଼ିଦେଲେ! ଧନିକ ଟିକିଏ ବି ବିଚଳିତ ନ ହୋଇ କହିଲେ- ସେମାନେ ତ ପ୍ରକୃତ ମଣିଷର ଗୁଣ ଦେଖାଇଛନ୍ତି। କାରଣ ସେମାନଙ୍କ ବିପଦରେ ମୁଁ ହିଁ ସେମାନଙ୍କୁ ସାହାଯ୍ୟ କରିଥିଲି!

ସମ୍ବନ୍ଧିତ ଖବର