ବ୍ରାହ୍ମଣଙ୍କ ଜ୍ଞାନୋଦୟ

କଥାଟିଏ - ଯାଯାବର

ଜଣେ ବ୍ରାହ୍ମଣ ଥିଲେ। ଅନେକ ପିଲାଛୁଆଙ୍କୁ ନେଇ ତାଙ୍କର ଏକ ଜଞ୍ଜାଳିଆ ସ˚ସାର ଥିଲା। ତଥାପି ତାଙ୍କ ସ˚ସାର ନଉକାଟି ଠିକଣା ଭାବେ ଚାଲିଥିଲା। ତେବେ ଏହା ପଛରେ ବ୍ରାହ୍ମଣଙ୍କ ପତ୍ନୀଙ୍କ ଅବଦାନ ଥିଲା ବହୁତ ଅଧିକ। କିନ୍ତୁ କ୍ରୋଧୀ ଓ ଅହ˚କାରୀ ବ୍ରାହ୍ମଣ ଏହା ସ୍ବୀକାର କରୁ ନ ଥିଲେ। ସେ ନିଜ ପତ୍ନୀଙ୍କୁ ଅତ୍ୟନ୍ତ ହେୟ ଜ୍ଞାନ କରୁଥିଲେ।

ଦିନକର କଥା। ବ୍ରାହ୍ମଣ କୌଣସି କାରଣରୁ ବହୁତ ରାଗିଗଲେ ଏବ˚ ପତ୍ନୀଙ୍କୁ ଗାଳିମନ୍ଦ କରିବାକୁ ଲାଗିଲେ। ସେ ଚିତ୍କାର କରି କହିଲେ- ତୁମ ଭଳି ସ୍ତ୍ରୀ ମୋର ଲୋଡ଼ା ନାହିଁ। ତୁମେ ଭାବୁଛ କି ତୁମେ ନ ଥିଲେ ମୋର କିଛି ଅସୁବିଧା ହୋଇଯିବ? ମୁଁ ତୁମକୁ ମୋ ବାମ ଗୋଡ଼ର କାଣୀ ଆଙ୍ଗୁଠି ତୁଲ୍ୟ ଜ୍ଞାନ କରେ।

ଏହା କହି ବ୍ରାହ୍ମଣ ତମତମ ହୋଇ ଘର ଛାଡ଼ି ବାହାରକୁ ଚାଲିଗଲେ। ଏକ ମୁହାଁ ହୋଇ ଯାଉଥିବା ବେଳେ ସେ ଖୁବ୍‌ ଜୋରରେ ଏକ ପଥରକୁ ଝୁଣ୍ଟିଲେ। କି ସ˚ଯୋଗ, ତାଙ୍କର ବାମ ଗୋଡ଼ର କାଣୀ ଆଙ୍ଗୁଠି ଏଥିରେ ଆଘାତ ପାଇ ଭାଙ୍ଗିଗଲା।

ସେ ଯନ୍ତ୍ରଣାରେ ଚିତ୍କାର କରି ବସି ପଡ଼ିଲେ। ତାଙ୍କ ପାଦ ଫୁଲିଗଲା। କିଛି ଦରଦୀ ଲୋକ ସେ ସ୍ଥାନରେ ପହଞ୍ଚି ବ୍ରାହ୍ମଣଙ୍କୁ ସାହାଯ୍ୟ କଲେ। ଜଣେ ବୈଦ୍ୟ ତାଙ୍କ କାଣୀ ଆଙ୍ଗୁଠିର ଉପଚାର କରି ପଟି ବାନ୍ଧିଦେଲେ ଏବ˚ କହିଲେ- ଆଜିଠାରୁ ପନ୍ଦର ଦିନ ଚଲାବୁଲା ବନ୍ଦ। କେବଳ ଶୋଇ ରହିବେ।

ବ୍ରାହ୍ମଣ ବୁହା ହୋଇ ଘରକୁ ଆସିଲେ ଏବ˚ ଖଟରେ ପଡ଼ି ରହିଲେ। ସେତିକି ବେଳେ ତାଙ୍କ ପତ୍ନୀ ତାଙ୍କର ସେବା କଲେ। ଏଇ ସମୟରେ ତାଙ୍କର ମନେ ପଡ଼ିଗଲା ପତ୍ନୀଙ୍କ ଉପରେ ବର୍ଷଣ କରିଥିବା ଅଭିସ˚ପାତ। ଅନୁତପ୍ତ ବ୍ରାହ୍ମଣ ନିଜକୁ ନିଜେ କହିଲେ- ସତରେ ବାମ ଗୋଡ଼ର କାଣୀ ଆଙ୍ଗୁଠି କେତେ ଉପଯୋଗୀ ତାହା ଏବେ ବୁଝିଲି।

ସମ୍ବନ୍ଧିତ ଖବର