ସ˚ପଦ ଅନ୍ବେଷଣ

କଥାଟିଏ - ଯାଯାବର

ଯେତେ ବେଳେ ପୃଥିବୀର ଅନେକ ଅଞ୍ଚଳ ଅନାବିଷ୍କୃତ ହୋଇ ରହିଥିଲା ଏବ˚ ଜଳ ପଥରେ ଦୂରଦୂରାନ୍ତର ଦେଶସବୁ ଆବିଷ୍କୃତ ହେଉଥିଲା, ସେତିକି ବେଳେ ପ୍ରାଚୁର୍ଯ୍ୟ ଏବ˚ ବିଭବଭରା ଭୂଖଣ୍ତ ବାବଦରେ ଜନରବମାନ ଶୁଣାଯାଉଥିଲା। ତା’ ପରେ ସେସବୁର ସନ୍ଧାନରେ ଅନେକ ବାହାରିଯାଉଥିଲେ। ଏହି ଅଭିଯାନର ଝୁଙ୍କରେ ଜାହାଜ ଓ ନାବିକ ପଠାଇ ଅନେକ ଧନୀ ଓ ରାଜା ଦେବାଳିଆ ହୋଇଯାଉଥିଲେ।

ସେଇ ଭଳି ଗୋଟିଏ ରାଜ୍ୟ ଥିଲା ଏଲ୍ ଡୋରାଡୋ। ସେହି ରାଜ୍ୟରେ ଜଣେ ସୁବର୍ଣ୍ଣ ମଣିଷ ରାଜୁତି କରୁଛନ୍ତି ଏବ˚ ସେଠାରେ ସବୁ କିଛି ସୁନାର ବୋଲି ଗୁଜବଟିଏ ବାହାରିଲା। ଅନେକ ଅଭିଯାନ ହେଲା, କିନ୍ତୁ ଏଲ୍ ଡୋରାଡୋ ମିଳିଲା ନାହିଁ।

ସେହି ଭଳି ଦ୍ବାଦଶ ଶତାବ୍ଦୀର କଥା। ବାଇଜାଣ୍ଟାଇନ୍ ଏ˚ପରର୍ସ ମାନୁଆଲ୍‌ରେ ପ୍ରକାଶିତ ହେଲା ଗୋଟିଏ ଚିଠି। ସେଇ ଚିଠିଟି ଆସିଥିଲା ଜଣେ ଧର୍ମଯାଜକଙ୍କଠାରୁ ଯିଏ ବି ଥିଲେ ଜଣେ ରାଜା। ତାଙ୍କ ନାମ ଥିଲା ପ୍ରେଷ୍ଟର‌୍‌ ଜନ୍। ସେଇ ଚିଠିରେ ସେ ଲେଖିଥିଲେ ତାଙ୍କ ରାଜ୍ୟ ବିଷୟରେ ଅନେକ କିଛି। ତାଙ୍କ ରାଜ୍ୟରେ ବିଚରଣ କରୁଥିଲେ ଡ୍ରାଗନ୍ ଏବ˚ ୟୁନିକର୍ନ‌୍‌ ଭଳି ପୌରାଣିକ ଜୀବଜନ୍ତୁ। ପୌରାଣିକ ପଶୁପକ୍ଷୀ, ବୃକ୍ଷଲତା ଏବ˚ ସ˚ପଦରେ ପରିପୂର୍ଣ୍ଣ ଥିଲା ତାଙ୍କ ରାଜ୍ୟ। ତେବେ ଯାହା ସବୁଠାରୁ ଆକର୍ଷଣୀୟ ଥିଲା, ତାହା ହେଉଛି ଯୌବନର ଝର। ଏହି ଚିଠିର ଖବର ସେ ସମୟରେ ସମଗ୍ର ୟୁରୋପ୍‌ରେ ବ୍ୟାପିଗଲା। ସେହି ରାଜ୍ୟ ସନ୍ଧାନରେ ଅସ˚ଖ୍ୟ ବାହାରିପଡ଼ିଲେ। ସେମାନଙ୍କ ଭିତରୁ ପ୍ରାୟ ସମସ୍ତେ ଖୁବ୍ ଶୀଘ୍ର ନିଃସ୍ବ ହୋଇଗଲେ। ଅନେକ ହତାଶାରେ ପାଗଳ ହୋଇଗଲେ।

ଏ ଭଳି ଅନେକ ଦୃଷ୍ଟାନ୍ତ ଅଛି ଇତିହାସରେ। ଆମ ପୃଥିବୀର ଅଧିକା˚ଶ ଦେଶ, ମହାଦେଶ ଆବିଷ୍କୃତ ହୋଇଛି ଏହି ଧନ ଅନ୍ବେଷଣର ମୋହରୁ।

ସମ୍ବନ୍ଧିତ ଖବର