ଜଣେ ସାଧୁ ଗୋଟିଏ ଝଙ୍କାଳିଆ ଗଛ ତଳେ କୁଡ଼ିଆଟିଏ ତିଆରି କରି ରହିଲେ। ସେଇ ଗଛ ମୂଳରେ ଗୋଟିଏ ନାଗ ସାପ ପରିବାର ରହୁଥିଲା। ସେଠି ସେମାନେ ଅତ୍ୟନ୍ତ ମୂଲ୍ୟବାନ ଧନରତ୍ନ ଜଗି ରହିଥିଲେ ।

Advertisment

ସାଧୁ ସବୁ ଦିନ ସେଇ ନାଗ ସାପକୁ ସେଇ ବାଟେ ଯିବାର ଦେଖନ୍ତି। ସାପଟି ସାଧୁଙ୍କ ଉପରେ ସତର୍କ ନଜର ରଖିଥାଏ। ଦିନେ ସାଧୁ ସାପଟିକୁ ଅତି ମୃଦୁ ଭାବେ ଡାକି କହିଲେ- ଆମେ ଦୁହେଁ ଏତେ ପାଖାପାଖି ରହିଛେ। ଆମେ କଅଣ ମିତ୍ର ହୋଇପାରିବା ନାହିଁ?

ସାପଟି ଏହା ଶୁଣି ଚଟ୍‌ କିନା ବିଳ ଭିତରକୁ ପଶିଯାଇ କହିଲା- ଲାଜ ଲାଗୁନି କୃତଘ୍ନ ମଣିଷ। ଆମ ପୂର୍ବପୁରୁଷମାନେ କହିଯାଇଛନ୍ତି ଯେ ମଣିଷ ସହିତ କଦାପି ବନ୍ଧୁତା କରିବ ନାହିଁ। ସାପଙ୍କର ସିନା ମୁହଁରେ ବିଷ ଥାଏ ହେଲେ ମଣିଷର ମନରେ ବିଷ ରହିଥାଏ। ସାଧୁ ନିରବ ରହିଲେ।
କିଛି ଦିନ ପରେ ସେ ଅଞ୍ଚଳର ଜମିଦାର ଦଳେ କାଠୁରିଆଙ୍କ ସହିତ ପହଞ୍ଚିଲେ ସେଇ ଗଛକୁ କାଟିବା ଲାଗି। କିନ୍ତୁ ଗଛ ମୂଳରେ ସାଧୁଙ୍କ କୁଡ଼ିଆ ଦେଖି ଜମିଦାର କହିଲେ- ମୁଁ ଆପଣଙ୍କ ଲାଗି ଅନ୍ୟତ୍ର ସୁନ୍ଦର ସ୍ଥାନର ବ୍ୟବସ୍ଥା କରିଦେବି। ଆପଣ ଦୟା କରି ଏଠାରୁ ଚାଲନ୍ତୁ। କାରଣ ଗଛଟି କଟାଯିବ।
ସାଧୁ କହିଲେ- ନା, ଏଇ ଗଛ ମୂଳରୁ ମୁଁ ଯିବିନାହିଁ। କାରଣ ଏଇ ଜାଗାକୁ ମୁଁ ମୋ ସାଧନା ସ୍ଥଳ ଭାବେ ବାଛି ସାରିଛି।

ଜମିଦାର ଅନେକ ବୁଝାଇଲେ। ମାତ୍ର ସାଧୁ ଅଟଳ ଥିଲେ। ସୁତରା˚ ଜମିଦାର ଫେରିଗଲେ। ସମସ୍ତେ ଚାଲିଯିବା ପରେ ସାଧୁ ଦେଖିଲେ ନାଗ ସାପଟି ବିଳରୁ ଚାହିଁଛି। ସେ ତାକୁ କହିଲେ- ବାବୁ ମୁଁ ଚାହିଁଥିଲେ ଖୁସିରେ ଅନ୍ୟ ସ୍ଥାନକୁ ଯାଇପାରିଥାଆନ୍ତି। କିନ୍ତୁ ଦେଖିଲି ମୁଁ ଗଲା ପରେ ଏ ଗଛ କଟାଯିବ ଏବ˚ ତୁମେ ସବ˚ଶେ ନିପାତ ହେବ। ତେଣୁ ମୁଁ ଗଲିନାହିଁ।

ଏହା ଶୁଣି ନାଗ ସାପ କହିଲା କ୍ଷମା କରନ୍ତୁ। ଏବେ ବୁଝିଲି ମଣିଷ ମନରେ କେବଳ ବିଷ ନ ଥାଏ, ଅମୃତ ବି ଥାଏ। ତେଣୁ କିଏ ବିଷ ଦେବ ବା କିଏ ଅମୃତ ଦେବ ତାହା ବ୍ୟକ୍ତି ଉପରେ ନିର୍ଭର କରେ।