କୃତଜ୍ଞତା ଜ୍ଞାପନ

କଥାଟିଏ - ଯାଯାବର

ଅନେକ ଦିନ ପରେ ଦୁଇ ବନ୍ଧୁଙ୍କ ଭେଟ ହେଲା। ଦୁହେଁ ଥିଲେ ଅତି ଭଲ ଛାତ୍ର। ସେମାନେ ଅନେକ ପଢ଼ିଲେ, ଦେଶର ସବୁଠାରୁ ନାମୀଦାମୀ ଶିକ୍ଷାନୁଷ୍ଠାନରୁ ଶିକ୍ଷା ଗ୍ରହଣ କଲେ ଏବ˚ ଶିକ୍ଷା ଶେଷରେ ଦୁହେଁ ନିଜ ବୃତ୍ତିର ସନ୍ଧାନରେ ବାହାରିଲେ। ତା’ ପରେ ଅନେକ ବର୍ଷ ବିତିଯାଇଥିଲା। ତେଣୁ ସେମାନେ ଦୁହେଁ ପୁଣି ଏକାଠି ହେବା ଥିଲା ଦୁହିଁଙ୍କ ସକାଶେ ଖୁବ୍‌ ଆନନ୍ଦଦାୟକ।

ସେଇ ଦୁଇ ଜଣଙ୍କ ଭିତରୁ ଜଣେ ଏକ ଛୋଟ ଗ୍ରାମ୍ୟ କଲେଜ୍‌ରେ ଅଧୢାପନା କରୁଥିଲେ ଏବ˚ ଅନ୍ୟ ଜଣକ ଏକ ବଡ଼ କ˚ପାନିର ଉଚ୍ଚ ପଦରେ ଥିଲେ। ଅଧୢାପକଙ୍କୁ ଭେଟିବା ପାଇଁ ଆସିଥିବା କ˚ପାନି ଅଧିକାରୀ ସେ ଦିନ ବେଶ୍‌ ଦାମିକା ପୋଷାକ ପିନ୍ଧିଥିଲେ। ଏକ ଦାମିକା ଗାଡ଼ିରେ ଆସିଥିଲେ। କଥାବାର୍ତ୍ତା ବେଳେ କ˚ପାନି ଅଧିକାରୀ କହିଲେ- ଭାଇ, ବଡ଼ ବଡ଼ ଚାକିରି ତୁମ ସକାଶେ ଅପେକ୍ଷା କରିଥିବା ବେଳେ ତୁମେ ଏଠି ଅଧୢାପନା କରିବାକୁ ସ୍ଥିର କଲ କାହିଁକି? ମୁଁ କିନ୍ତୁ ଆମେରିକା ଚାଲିଯିବି ବୋଲି ଭାବୁଛି। କାରଣ ଆମ ଯୋଗ୍ୟତାର ମୂଲ୍ୟ ସେଠି ଅଛି, ଏଠି ନାହିଁ।

ଏହା ଶୁଣି ଅଧୢାପକ କହିଲେ- ଭାଇ, ଥରେ ମୁଁ ଯାଇଥିଲି ସମୁଦ୍ରକୂଳିଆ ଏକ ଜାଗାକୁ। ସେଠି ଦେଖିଲି ନଡ଼ିଆ ଗଛ ବଢ଼ିଛି। ସେମାନଙ୍କ ଭାଗ୍ୟରେ ଖାଲି ଲୁଣି ପାଣି, ଲୁଣି ମାଟି ଓ ଲୁଣି ହାୱା। କିନ୍ତୁ କେବେ ହେଲେ ସେମାନେ ଏଥି ନେଇ ଅଭିଯୋଗ କରି ନାହାନ୍ତି। ବର˚ ଫଳ ଭିତରେ ମିଠା ପାଣି ଭରି ଦୁନିଆକୁ ଯୋଗାଉଛନ୍ତି ଏବ˚ ଏହି ସନ୍ଦେଶ ଦେଉଛନ୍ତି ଯେ ଯାହା ପାଇଛୁ, ତା’ ଠାରୁ ଭଲ କିଛି ଫେରାଇବୁ। ଏହା ତ କୃତଜ୍ଞତା ଜ୍ଞାପନ। ତେଣୁ ମୁଁ ଭାବିଲି ଯେ ଏ ଦେଶରୁ ମୁଁ ଯାହା ପାଇଛି, ତାହା ଅନ୍ତତଃ ଫେରାଇବି। ତେଣୁ ଗାଁରେ ଶିକ୍ଷକତା ଛଡ଼ା ଆଉ କେଉଁ ବାଟରେ ସେମିତି କୃତଜ୍ଞତା ଜ୍ଞାପନ କରିହେବ?

ସମ୍ବନ୍ଧିତ ଖବର