ଅହଙ୍କାରର ସ୍ବରୂପ

କଥାଟିଏ - ଯାଯାବର

ଅହଙ୍କାର କହିଲେ ଆମେମାନେ କେବଳ ବଡ଼େଇ ବା ବଡ଼ିମା କଥା ବୁଝୁ। କିନ୍ତୁ ଅହଙ୍କାରର ଏକ ସୂକ୍ଷ୍ମ ସ୍ବରୂପ ରହିଛି ଯାହା ଅନେକ ଅତ୍ୟନ୍ତ ସଫଳ ବ୍ୟକ୍ତିଙ୍କୁ ମଧ୍ୟ ନ୍ୟୂନତାବୋଧ ଦ୍ବାରା ଘାରି ଦେଇଥାଏ।

ନେପୋଲିଅନ ଥିଲେ ବିଶ୍ବବିଜୟୀ। କିନ୍ତୁ ତାଙ୍କର ଉଚ୍ଚତା ଥିଲା କମ୍‌, ମାତ୍ର ପାଞ୍ଚ ଫୁଟ ପାଞ୍ଚ ଇଞ୍ଚ। ତାହା ତାଙ୍କୁ ଏଭଳି ବ୍ୟତିବ୍ୟସ୍ତ କରୁଥିଲା ଯେ ଜଣେ ସାଧାରଣ ଉଚ୍ଚତା ବିଶିଷ୍ଟ ଲୋକ ମଧ୍ୟ ତାଙ୍କୁ ଈର୍ଷା ଜର୍ଜରିତ କରି ପକାଉଥିଲା। ସେହିଭଳି ଜଣେ ଥିଲେ ଭ୍ଲାଡିମିର ଲେନିନ୍। ଲେନିନ୍‌ଙ୍କ ଶରୀରରେ ଗୋଡ଼ ଦ୍ବୟ ଥିଲା ଅପେକ୍ଷାକୃତ ଭାବେ ଛୋଟ। ତେଣୁ ଚଉକିରେ ବସିଲେ ତାଙ୍କ ଗୋଡ଼ ମାଟିରେ ଲାଗୁ ନଥିଲା। ଯେତେବେଳେ ଲେନିନ୍‌ଙ୍କ ଦ୍ବାରା ବିପ୍ଳବ ସାରା ରୁଷିଆକୁ ପ୍ଳାବିତ କରି ପକାଇଥିଲା, ସେତିକି ବେଳେ ସେ ତାଙ୍କର ସେହି ଅସମାନୁପାତିକ ଗୋଡ଼ ଦ୍ବାରା ହୀନମନ୍ୟତାର ଶିକାର ହୋଇ ରହିଥିଲେ। ସେହିଭଳି ଗ୍ରୀକ୍ ବୀର ଆଲେକ୍‌ଜାଣ୍ଡର ଜଣେ ଭିକାରି ତୁଲ୍ୟ ବ୍ୟକ୍ତିକୁ ଦେଖି ଈର୍ଷାତୁର ହେଉଥିଲେ। ତାଙ୍କ ନାମ ଥିଲା ଡିଓ ଜିନସ୍। ଏହାର କାରଣ ଆଲେକ୍‌ଜାଣ୍ଡରଙ୍କ ପାଖରେ ସବୁ ଥାଇ ବି ସେ ଡିଓ ଜିନସ୍‌ଙ୍କ ଭଳି ସର୍ବଦା ଖୁସିରେ ରହିପାରୁ ନଥିଲେ।

ଏହି ଯେଉଁ ନ୍ୟୂନତାବୋଧ ତାହା ଅହଙ୍କାରର ହିଁ ସ୍ବରୂପ।

ସମ୍ବନ୍ଧିତ ଖବର