ପକ୍ଷୀର ପ୍ରଶ୍ନ

କଥାଟିଏ - ଯାଯାବର

ଥରେ ଜଣେ ବ୍ୟାଧ କିଛି ଗହମ ଦାନା ବୁଣି ଦେଇ ତା’ ଉପରେ ଜାଲ ବିଛାଇ ଘରକୁ ଚାଲିଗଲା। କିଛି ସମୟ ପରେ ସେ ଜାଲ ବିଛାଇଥିବା ସ୍ଥାନକୁ ଆସି ଦେଖେ ତ ଗୋଟିଏ କପୋତ ଲାଗିଛି। ସେ କପୋତକୁ ଧରି ଘରକୁ ଫେରିଲା।

ବାଟରେ ପ୍ରଥମେ କପୋତଟି କାନ୍ଦିଲା ଏବ˚ ତା’ ପରେ ହସିଲା। ଏହା ଦେଖି ବ୍ୟାଧ ପଚାରିଲା, ତୁ ପ୍ରଥମେ କାନ୍ଦିଲୁ ଓ ପରେ ହସିଲୁ କାହିଁକି?

ଏହା ଶୁଣି କପୋତ କହିଲା, ତୁମେ ମୋତେ ଏବେ ନେଇ ହତ୍ୟା କରିବ। ସେ କଥା ଭାବି କାନ୍ଦ ଲାଗିଲା। ମୁଁ ମନେ ମନେ କହିଲି- ହାୟ, ମୋ ଜୀବନ ସତରେ କେତେ ସ୍ବଳ୍ପ କାଳ ଲାଗି ଅଛି। କିନ୍ତୁ ପରେ ଆଉ ଗୋଟିଏ କଥା ଭାବି ହସିଲି। ତାହା ହେଲା ମୁଁ ମରିଯିବି ସିନା, ମଲା ପରେ ବୈକୁଣ୍ଠରେ ରହିବି। କିନ୍ତୁ ମୋତେ ମାରିଥିବା ତୁମ ଭଳି ଲୋକ ମୃତ୍ୟୁ ପରେ କୁମ୍ଭୀପାକ ନର୍କରେ ଶଢ଼ିବ।

ଏହା ଶୁଣି ବ୍ୟାଧ କହିଲା- ତୁ ନିଜକୁ ଭାରି ଚତୁର ବୋଲି ଭାବୁଛୁ ବୋଧହୁଏ! ମୁଁ ହେଉଛି ବ୍ୟାଧ। ଜୀବଜନ୍ତୁ ମାରିବା ହେଉଛି ମୋ ପେସା। ପେଟ ପୋଷିବା ଲାଗି ମୁଁ ଏହା କରୁଛି। ତେଣୁ ଏଥିରେ କିଛି ପାପ ନାହିଁ। ମୋ ଗୁରୁ ମୋତେ ଏ କଥାଟି କହିଛନ୍ତି।

ଏହା ଶୁଣି କପୋତ କହିଲା- ତୁମେ ଯାହା କହୁଛ ତାହା ଠିକ୍‌। କିନ୍ତୁ ଏବେ ଚାଲ ତୁମ ଗୁରୁଙ୍କ ପାଖକୁ ଯିବା ଏବ˚ ଗୋଟିଏ କଥା ପଚାରିବା। ତା’ ପରେ ଯଦି ସେ କହିବେ ଯେ ତୁମେ କିଛି ପାପ କରୁନା, ତେବେ ମୁଁ ଚୁପ୍‌ ରହିବି।

ବ୍ୟାଧ ପକ୍ଷୀଟିକୁ ଧରି ଗୁରୁଙ୍କ ପାଖକୁ ଚାଲିଲା। ଗୁରୁ ଥିଲେ ଜଣେ ଜ୍ଞାନୀ ବ୍ୟକ୍ତି। ପକ୍ଷୀ ପଚାରିଲା- ମହାତ୍ମା, ଆପଣ ବୃତ୍ତି ବାବଦରେ ଯାହା କହିଛନ୍ତି ତାହା ଠିକ୍‌। କିନ୍ତୁ ମୋର ପ୍ରଶ୍ନ ହେଲା, ଖାଦ୍ୟ ଦେଇ ତା’ ଉପରେ ଜାଲ ବିଛାଇ ମୋତେ ଧରିବା ପଛରେ ଯେଉଁ ପ୍ରବଞ୍ଚନା ଅଛି ତା’ ଲାଗି ଦଣ୍ତ କଅଣ?

ଗୁରୁ ଚୁପ୍‌ ରହିଲେ। ସେ ବ୍ୟାଧକୁ କହିଲେ- ପକ୍ଷୀ ଠିକ୍‌ କହୁଛି। ତୁମେ ତୁମର ବୃତ୍ତି ସ˚ପାଦନ କରୁଛ ନିଶ୍ଚୟ କିନ୍ତୁ ପ୍ରବଞ୍ଚନା ମାଧୢମରେ ତାହା କରୁଛ। ଏହା ଅକ୍ଷମଣୀୟ। ଏ ପକ୍ଷୀ ଜ୍ଞାନୀ। ତାକୁ ମୁକ୍ତ କର।

ସମ୍ବନ୍ଧିତ ଖବର