ମୁଲ୍ଲା ନସିରୁଦ୍ଦିନ ପାଠଶାଠ ପଢ଼ି ନ ଥିଲେ। ସେଥି ଲାଗି ତାଙ୍କ ଗାଁରେ କିଛି ଲୋକ ତାଙ୍କୁ ଟାହିଟାପରା କରୁଥିଲେ। କିନ୍ତୁ ମୁଲ୍ଲା ଥିଲେ ନିର୍ମଳ ମନର। ସେ କୌଣସି କଥା ଦେହକୁ ନେଉ ନ ଥିଲେ।
ଦିନେ ଦେଖାଗଲା ଯେ ମୁଲ୍ଲା ଖୁବ୍ ଚକାଚକ ଜାମାଯୋଡ଼ ହୋଇ ବୁଲୁଛନ୍ତି। ଦରିଦ୍ର ମୁଲ୍ଲା ଏମିତି ପୋଷାକ କିଣିବା ଲାଗି ଟଙ୍କା ଆଣିଲେ କେଉଁଠୁ? ଲୋକେ ତାଙ୍କୁ ସେହି କଥା ପଚାରିଲେ। ମୁଲ୍ଲା କହିଲେ- ଲଟେରି ଲାଗିଗଲା। ଲୋକେ ତଟସ୍ଥ ହେଲେ।
ମୁଲ୍ଲା କହିଲେ- କଥା କ’ଣ କି? ମୁଁ ଲଗାତର ତିନି ଦିନ ଧରି ରାତିରେ ସ୍ବପ୍ନରେ ‘୭’ ଅଙ୍କଟିକୁ ଦେଖିଲି। ସେଠୁ ବୁଝିଲି ଯେ ଭଗବାନ ଏହା ଦ୍ବାରା ମୋତେ କିଛି ଖବର ଦେଉଛନ୍ତି। ତେଣୁ ବୁଦ୍ଧି କଲି। ତିନି ଦିନ ଧରି ‘୭’ ଦେଖିଥିବାରୁ ‘୭’ ସହିତ ‘୩’ ଗୁଣି ଦେଲି। ହେଲା ‘୨୮’।
ଶୁଣୁଥିବା ଲୋକେ ମୁଲ୍ଲାଙ୍କୁ ଅଟକାଇ ଦେଇ କହିଲେ- ମୂର୍ଖ ମୁଲ୍ଲା, ‘୩’କୁ ‘୭’ରେ ଗୁଣିଲେ ‘୨୮’ ହୁଏ? ପଣିକିଆ ଶିଖିନ? ତିନି ସତା ପରା ଏକୋଇଶ!
ମୁଲ୍ଲା କହିଲେ- ହୋଇଥିବ। କିନ୍ତୁ ‘୨୮’ ନମ୍ବରରେ ଲଟେରି ମିଳିଗଲା!
ଲୋକେ ତୁନି ପଡ଼ିଲେ।