ମାଇକେଲ ଏନ୍ଜେଲୋ ଥିଲେ ଜଣେ ବିଶ୍ବ ପ୍ରସିଦ୍ଧ ସ୍ଥପତି। ଇଟାଲି ଦେଶର ଏହି ସ୍ଥପତିଙ୍କ ଦ୍ବାରା ପ୍ରସ୍ତର ଖୋଦିତ ମାନବାକୃତି ସବୁ ଏତେ ନିଖୁଣ ଯେ କୁହାଯାଏ ଭଗବାନ ମଣିଷକୁ ଗଢ଼ିଲା ବେଳେ ଭୁଲ କରିଥାଇ ପାରନ୍ତି କିନ୍ତୁ ଏନ୍ଜେଲୋଙ୍କ ସ୍ଥପତିରେ ଭାଗମାପର କୌଣସି ତ୍ରୁଟି ନାହିଁ।
ଥରେ ମାଇକେଲ୍ ଏନ୍ଜେଲୋ ଗଢ଼ିଥାଆନ୍ତି ମାର୍ବଲରେ ଏକ ବିଶାଳ ପ୍ରତିମୂର୍ତ୍ତି। ସେଇ ପ୍ରତିମୂର୍ତ୍ତିକୁ ଯିଏ ଦେଖୁଥାଏ ସେ ତଟସ୍ଥ ହେଉଥାଏ। ମୂର୍ତ୍ତିଟିର ପ୍ରଶ˚ସା ଶୁଣି ତାକୁ ଦେଖିବାକୁ ଆସିଲେ ଏନ୍ଜେଲୋଙ୍କ ଜଣେ ବନ୍ଧୁ। ବନ୍ଧୁ ଜଣକ ଯଦିଓ ଘନିଷ୍ଠ ବୋଲି ଦେଖାଇ ହେଉଥାଆନ୍ତି, ପ୍ରକୃତରେ ସେ ଏନ୍ଜେଲୋଙ୍କ ଖ୍ୟାତିରେ ଭିତରେ ଭିତରେ ଈର୍ଷାରେ ଜଳି ଯାଉଥାଆନ୍ତି।
ସେ ମୂର୍ତ୍ତିକୁ ଦେଖିଲେ ଏବ˚ ଏନ୍ଜେଲୋଙ୍କୁ କହିଲେ- ବନ୍ଧୁ ମୂର୍ତ୍ତିଟି ତ ଅତି ଚିତ୍ତାକର୍ଷକ ହୋଇଛି, କିନ୍ତୁ ଏଥିରେ ରହିଯାଇଛି ଟିକିଏ ଖୁଣ। ଏହାର ନାକଟି ମୁହଁ ତୁଳନାରେ ଟିକିଏ ଅଧିକ ଲମ୍ବା ହୋଇଯାଇଛି।
ଏନ୍ଜେଲୋ ଏହା ଶୁଣି କିଛି ସମୟ ମୂର୍ତ୍ତିକୁ ନିରୀକ୍ଷଣ କଲେ ଏବ˚ ବନ୍ଧୁଙ୍କ ଅଲକ୍ଷ୍ୟରେ କିଛି ମାର୍ବଲ ଗୁଣ୍ତ ହାତରେ ନେଇ ମୂର୍ତ୍ତିର ନାକ ନିକଟରେ ପହଞ୍ଚିବା ଲାଗି ଶିଡି ଚଢ଼ିଲେ। ତା’ ପରେ ସେ ବନ୍ଧୁଙ୍କୁ ଶୁଣାଇଲା ଭଳି ସେଇ ନାକକୁ ହାତୁଡ଼ିରେ ଟିକିଏ ଠୁକିଲେ ଏବ˚ ହାତରୁ ଟିକିଏ ଟିକିଏ କରି ମାର୍ବଲ ଗୁଣ୍ତ ତଳକୁ ପକାଇଲେ।
ତା’ ପରେ ସେ ବନ୍ଧୁଙ୍କୁ ପଚାରିଲେ- ଏବେ ଠିକ୍ ହୋଇଗଲା ତ?
ବନ୍ଧୁ କହିଲେ- ବାଃ। ଏବେ ପୂରା ଠିକ୍ ହୋଇଗଲା।
ଏହା ଦ୍ବାରା ଏନ୍ଜେଲୋ ନିଜ କଳାର ମାନ ଓ ବନ୍ଧୁଙ୍କ ସମ୍ମାନ ଉଭୟ ରକ୍ଷା କରିଥିଲେ।