ଏକ କାହାଣୀ

କଥାଟିଏ - ଯାଯାବର

ଗୌତମ ବୁଦ୍ଧଙ୍କ ସଂପର୍କରେ କାହାଣୀଟିଏ ଅଛି। ଏହା କାଳ୍ପନିକ ନିଶ୍ଚୟ, କିନ୍ତୁ ଏଥିରେ ରୋଚକ ବାର୍ତ୍ତାଟିଏ ଅଛି।

ଗପରେ ଅଛି ଯେ ବୁଦ୍ଧତ୍ବ ପ୍ରାପ୍ତି ପରେ ଗୌତମ କୁଆଡ଼େ ସଂପୂର୍ଣ୍ଣ ମୌନ ହୋଇଗଲେ। ସେ ସାତ ଦିନ କାଳ ଏମିତି ମୌନ ହୋଇ ବସିବା ପରେ ବ୍ରହ୍ମା ତାଙ୍କୁ ଆସି କହିଲେ- ଗୌତମ, ତୁମେ ଯେଉଁ ଜ୍ଞାନ ଲାଭ କରିଛ, ତାହା ଅନନ୍ୟ। କିନ୍ତୁ ତୁମେ ନିରବ ହୋଇଗଲ କାହିଁକି? ତୁମେ ଲାଭ କରିଥିବା ଜ୍ଞାନକୁ ବାଣ୍ଟିବ ନାହିଁ କି?

ଗୌତମ ବୁଦ୍ଧ କହିଲେ- ଜ୍ଞାନ ବାଣ୍ଟିବି କାହାକୁ ଓ କାହିଁକି? ପ୍ରଥମ କଥା ହେଲା ପ୍ରାୟ ସମସ୍ତେ ଏହାକୁ ଶୁଣିପାରନ୍ତି, କିନ୍ତୁ ଗ୍ରହଣ କରିବେ ନାହିଁ। କାରଣ ଏହା ସମସ୍ତଙ୍କୁ ଭେଦିବ ନାହିଁ। ତେଣୁ ମୁଁ ଲାଭ କରିଥିବା

ଜ୍ଞାନକୁ ଅନ୍ୟକୁ ପ୍ରଦାନ କରିବା ମୂଲ୍ୟହୀନ ହୋଇଯିବ। ଆଉ ଯେଉଁ ଅତି ଅଳ୍ପ ସଂଖ୍ୟକ ବ୍ୟକ୍ତି ଏହି ଜ୍ଞାନ ପାଇବାର ସାମର୍ଥ୍ୟ ରଖନ୍ତି, ସେମାନେ ମୋ କହିବା ବା ନ କହିବା ଉପରେ ନିର୍ଭର କରିବେ ନାହିଁ। ସେମା‌େନ ନିଜ ନିଜ ମାର୍ଗ‌ରେ ତାହା ହାସଲ କରିପାରିବେ। ତେଣୁ କହିବି କାହିଁକି?
ଏହା ଶୁଣି ବ୍ରହ୍ମା କହିଲେ- କିନ୍ତୁ ପୃଥିବୀରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ନଦୀ କୂଳରେ ଛିଡ଼ା ହୋଇଛନ୍ତି। ସେମାନଙ୍କୁ ହାତ ଧରି ଡାକି ନ ନେଲେ ସେମାନେ ନଦୀର ସୁଶୀତଳ ଜଳ ସମ୍ବନ୍ଧରେ ଜାଣି ପାରିବେ ନାହିଁ। ସେମାନଙ୍କ ପାଇଁ ଜଣେ ପଥ ପ୍ରଦର୍ଶକ ଦରକାର। ତେଣୁ ତୁମେ ଅନ୍ତତଃ ସେହି କାରଣରୁ ତୁମେ ଲାଭ କରିଥିବା ଜ୍ଞାନକୁ ବିତରଣ କର।

ଶୁଣାଯାଏ ଗୌତମ ବୁଦ୍ଧ ରାଜି ହୋଇ ତାଙ୍କ ବାଣୀ ପ୍ରଚାର କରିବା ଆରମ୍ଭ କଲେ।

ସମ୍ବନ୍ଧିତ ଖବର