ସୁଫି ସନ୍ଥ ଫରିଦ କିଛି ଦିନ ହେବ ଭୋକ ଉପାସରେ ଥିଲେ। କେଉଁଠାରୁ କିଛି ମିଳିବାର ସମ୍ଭାବନା ନ ଥିଲା। ଅନାହାର ହେତୁ ସେ ଦୁର୍ବଳ ହୋଇ ପଡ଼ିଥି‌େଲ। କେବଳ ଜଣେ ବା ଦୁଇ ଜଣ ଶିଷ୍ୟଙ୍କୁ ଛାଡ଼ି ଅନ୍ୟମାନେ ତାଙ୍କ ପାଖରୁ ଚାଲିଯାଇଥିଲେ।

Advertisment

ଏହି ସମୟରେ ସେ ସଂଧ୍ୟା ବେଳେ ଭଗବାନଙ୍କୁ ପ୍ରାର୍ଥନା କଲା ବେଳେ କହିଲେ- ଈଶ୍ବର, ଯାହା କରୁଛ ସବୁ ମୋତେ ମଂଜୁର। କାରଣ ତୁମେ ଯାହା କର ସବୁ ଠିକ ହିଁ କର।

ଏହା ଶୁଣି ଜଣେ ଶିଷ୍ୟ କହି ପକାଇଲେ- ଆଜି ବି କେମିତି କହୁଛନ୍ତି ଯେ ଈଶ୍ବର ଯାହା କରୁଛନ୍ତି ସବୁ ଠିକ କରୁଛନ୍ତି ବୋଲି?

ଫରିଦ ଧୀର କଣ୍ଠରେ କହିଲେ- ତୁମେ ବୁଝି ପାରିବ ନାହିଁ। କାରଣ ତୁମେ ସେହି କଥାକୁ ଠିକ ବୋଲି କୁହ ଯାହା ତୁମକୁ ସୁଖ ଦେଇଥାଏ। ଯାହା ତୁମକୁ ଦୁଃଖ ଦେଇଥାଏ, ତାହାକୁ ତୁମେ ଠିକ ବୋଲି ଗ୍ରହଣ କର ନାହିଁ। ତେଣୁ ତୁମ ଲାଗି ଠିକ ବା ଭୁଲ ହେଉଛି କାରଣ ନିର୍ଭର। ପୃଥିବୀର ପ୍ରାୟ ସମସ୍ତଙ୍କ ଲାଗି ତାହା ହିଁ ସତ୍ୟ। କିନ୍ତୁ ମୋ ଲାଗି ଠିକ ବା ଭୁଲ କାରଣ ନିର୍ଭର ନୁହେଁ। କାରଣ ମୋ ଲାଗି ସୁଖ ବା ଦୁଃଖର ମୂଲ୍ୟ କିଛି ନାହିଁ। ଯାହା ବି ମୋ ଜୀବନରେ ଘଟୁଛି, ମୁଁ ଭାବେ ସବୁ ଈଶ୍ବର ଦେଉଛନ୍ତି ଏବଂ ସବୁ ମୋର ମଂଜୁର। ଯେମିତି ସେ ମୋତେ ଏତେ ଦିନ ଧରି ଖାଦ୍ୟ ‌େଦଇଥିଲେ, ଏବେ ମୋତେ ଅନାହାର ଦେଇଛନ୍ତି। ଈଶ୍ବର କେବଳ ଦେଇ ଚାଲନ୍ତି ଏବଂ ମୁଁ ନେଇ ଚାଲେ; ମନ୍ଦ ବା କ୍ଷତି ବା ଦୁଃଖ ବା ଭୁଲ ଆଦିର ବିଚାର କରେ ନାହିଁ।