ଶେଖ ଫରିଦ ନଦୀରେ ଗାଧୋଉ ଥିବା ବେଳେ ଜଣେ ଜିଜ୍ଞାସୁ ପଚାରିଲା- ଭଗବାନଙ୍କୁ କେମିତି ପାଇବି?

Advertisment

ଫରିଦ କହିଲେ- ଉତ୍ତର ଜାଣିବାକୁ ଇଚ୍ଛା ଯଦି ନଦୀରେ ଡୁବକି ଲଗା।

ଜିଜ୍ଞାସୁ ତ ପ୍ରଥମେ ଦୋଦୋପାଞ୍ଚ ହେଲା। କିନ୍ତୁ କାଳେ ଭଗବାନଙ୍କୁ ଜାଣି ହେବ, ସେଇ ଆଶାରେ ନଈରେ ମୁଣ୍ଡ ବୁଡ଼ାଇଲା। ଯେମିତି ସେ ନଈରେ ମୁଣ୍ଡ ବୁଡ଼ାଇଛି, ଫରିଦ ତାକୁ ପାଣି ତଳେ ଜୋରରେ ଚାପି ଧରିଲେ। ପାଣି ତଳେ କଲବଲ ହୋଇ ସଂଘର୍ଷ କରି ଛାଡ଼ ନ ପାଇବାରୁ ଶେଷରେ ପ୍ରାଣ ବିକଳରେ ସେ ଏମିତି ଧକ୍କା ଦେଲା ଯେ ଫରିଦ ପଡ଼ିଗଲେ ଓ ସେ ପାଣିରୁ ଉଠି ଆ‌ସିଲା।

ତା’ ପରେ ସେ କୂଳକୁ ଯାଇ କିଛି ସମୟ ତଟସ୍ଥ ହୋଇ ବସିଲା ଓ ତା ପରେ କହିଲା- ତୁମେ କି ଆଶ୍ଚର୍ଯ୍ୟ ‌େଲାକ? ମୋତେ ମାରି ଦେଇଥାଆନ୍ତ ନା କ’ଣ? ମୁଁ ଏ ପ୍ରଶ୍ନ କରି କି ଅପରାଧ କରି ପକାଇଲି?

ଫରିଦ କହିଲେ- ‌େସ କଥା ଛାଡ଼। ଏବେ କହ ପାଣି ତଳେ ଥିବା ବେଳେ ତୋ ଅନୁଭୂତି କ’ଣ ଥିଲା।

ଲୋକଟି କହିଲା- ପ୍ରଥମେ ଭୟ ସହିତ ଏକ ବିଚାର ଆସିଲା ଯେ ଏ ପାଗଳ ଫକିର ହାତରେ ନିଶ୍ଚୟ ମଲି। ତା’ ପରେ ବିଚାର ବି ଚାଲିଗଲା। ପ୍ରାଣ ବିକଳରେ ସଂଘର୍ଷ କରୁଥିବା ବେଳେ କେବଳ ଭାବଟିଏ ଥିଲା ଯେ କେମିତି ନିସ୍ତାର ପାଇବି? ଶେଷକୁ ଭାବ ବି ଚାଲିଗଲା ଏବଂ ଜାଣେ ନାହିଁ କେଉଁଠୁ ଏ ବିଚିତ୍ର ଶକ୍ତି ଆସିଲା ଯେ ତୁମକୁ ଫୋପାଡ଼ି ଦେଇ ବାହାରକୁ ଚାଲି ଆସିଲି।

ଫରିଦ କହିଲେ- ବେଶ୍ ଏବେ ଉତ୍ତର ପାଇଗଲୁ। ଯେବେ ଭଗବାନଙ୍କୁ ଜାଣିବା ଲାଗି ତୋ ଠାରେ ଏମିତି ଆକୁଳତା ଆସିବ, ସେତିକି ବେଳେ ଜାଣି ପାରିବୁ।