ଦିନେ ଜଣେ ବିତ୍ତଶାଳୀ ଭଦ୍ରବ୍ୟକ୍ତିଙ୍କୁ ଜଣେ ଅନିସନ୍ଧିତ୍ସୁ ଯୁବକ ପଚାରିଲେ- ମହାଶୟ, ଆପଣଙ୍କଠାରୁ ବଡ଼ ଧନୀ କେହି ଥିବା ଜାଣନ୍ତି କି? ଭଦ୍ରବ୍ୟକ୍ତି ଉତ୍ତର ଦେଲେ- ହଁ, କେବଳ ଜଣେ। ତାହା ପରେ ସେ, ନିଜ ଜୀବନର ଏକ ଘଟନା ସ˚ପର୍କରେ କହିଲେ।
ସେତେ ବେଳେ ସେ ବିତ୍ତଶାଳୀ ନ ଥିଲେ। ଏକ ଦୋକାନରେ ସଜାଯାଇଥିବା ପତ୍ର-ପତ୍ରିକାଗୁଡ଼ିକ ଉପରେ ଆଖି ପକାଉଥିଲେ। ଗୋଟିଏ ପତ୍ରିକା ଆକର୍ଷିତ କରିବାରୁ କିଣିବାକୁ ଚାହିଁଲେ। ହେଲେ, ପତ୍ରିକାଟି କିଣିବା ପାଇଁ ତାଙ୍କ ପାଖରେ ଅର୍ଥ ନ ଥିଲା। ପତ୍ରିକା ବିକ୍ରି କରୁଥିବା ବାଳକ ଜଣକ ତାଙ୍କ ହାତରେ ପତ୍ରିକାଟି ଧରାଇ ଦେଲେ। ତିନି ମାସ ପରେ ପୁଣି ଥରେ ଏକା ଭଳି ଘଟିଲା। ଅନିଚ୍ଛା ସତ୍ତ୍ବେ ପଇସା ନ ଦେଇ ଭଦ୍ରବ୍ୟକ୍ତି, ସେହି ବାଳକଠାରୁ ପତ୍ରିକା ଖଣ୍ତିଏ ପାଇଲେ। ପ୍ରାୟ କୋଡ଼ିଏ ବର୍ଷ ବିତିଗଲା। ବାଳକଟିକୁ ସେ ଭୁଲି ନ ଥିଲେ। ଇତି ମଧ୍ୟରେ ସେ ବିପୁଳ ସ˚ପଦର ଅଧିକାରୀ ମଧ୍ୟ ହୋଇସାରିଥିଲେ।
ଦିନେ ବାଳକଟିକୁ ଖୋଜି ପାଇଲେ। ସେ ଯୁବକ ହୋଇସାରିଥିଲା। ଭଦ୍ରବ୍ୟକ୍ତି ପଚାରିଲେ- ମୋତେ ଚିହ୍ନିଛ? ଯୁବକ କହିଲେ- ଆପଣଙ୍କୁ କିଏ ନ ଜାଣେ? ଭଦ୍ରବ୍ୟକ୍ତି କହିଲେ- ବହୁ ବର୍ଷ ପୂର୍ବେ, ଯେତେ ବେଳେ ତୁମେ ବାଳକ ଥିଲ, ମୁଁ ଦୁଇ ଦୁଇ ଥର ପଇସା ନ ଦେଇ, ତୁମଠାରୁ ପତ୍ରିକା ପାଇଥିଲି। ମୁଁ ଏବେ ପ୍ରତିଦାନରେ ତୁମକୁ କିଛି ଦେବା ପାଇଁ ଚାହୁଁଛି। ତୁମେ, ଯାହା ଚାହଁ ମାଗିପାର। ଯୁବକ କହିଲେ- ମୋ’ଠାରୁ ସେତେ ବେଳେ ଆପଣ ଯାହା ପାଇଥିଲେ, କେବେ ହେଲେ ଭରଣା କରିପାରିବେନାହିଁ। ଭଦ୍ରବ୍ୟକ୍ତି ବିସ୍ମିତ ହେଲେ। ଯୁବକ କହିଲେ- ସେତେ ବେଳେ ମୁଁ ଅତି ଗରିବ ଥିବା ସତ୍ତ୍ବେ ଦେଇଥିଲି। ଆପଣ ବିତ୍ତଶାଳୀ ହେବା ପରେ କୌଣସି ଭାବେ ତାର ପ୍ରତିଦାନ ଦେଇପାରିବେ ନାହିଁ। ସେହି ଲୋକ ହିଁ ମୋ ଠାରୁ ଅଧିକ ଧନୀ।