ଶୁଣିବାର ଧୈର୍ଯ୍ୟ

କଥାଟିଏ - ଯାଯାବର

ବିରଳା ଉଦ୍ୟୋଗ ସାମ୍ରାଜ୍ୟର ମୁଖ୍ୟ ଆଦିତ୍ୟ ବିରଳାଙ୍କ ସମ୍ବନ୍ଧରେ ଏହି କଥାଟିଏ।

ପ୍ରତି ଦିନ ସକାଳେ ଆଦିତ୍ୟ ବିରଳାଙ୍କୁ କିଛି ବ୍ୟକ୍ତି ଭେଟି ବିଭିନ୍ନ ପ୍ରକଳ୍ପ ଓ ଯୋଜନା ବାବଦରେ କହନ୍ତି। ତେବେ ଏଥି ଲାଗି ପ୍ରତ୍ୟେକଙ୍କ ପାଇଁ ମାତ୍ର ଦୁଇ ଚାରି ମିନିଟ୍ ସମୟ ଦିଆଯାଏ। ଦୁଇ ମିନିଟ୍‌ ଶୁଣିବା ପରେ ଆଦିତ୍ୟ ବିରଳା କାହାକୁ ମନା କରି ଦିଅନ୍ତି ତ କାହାକୁ ବିଚାର କରି ‌ଦେଖିବାର ପ୍ରତିଶ୍ରୁତି ଦିଅନ୍ତି ବା କାହାକୁ ଆଗେଇବା ଲାଗି ଅନୁମତି ଦିଅନ୍ତି।

ଏହା ଦେଖି କଂପାନିରେ ନୂତନ ଭାବେ ନିଯୁକ୍ତି ପାଇଥିବା ଜଣେ ତରୁଣ ଆଦିତ୍ୟ ବିରଳାଙ୍କ ନିକଟତର ଜନୈକ ଅଧିକାରୀଙ୍କୁ ସାହସ କରି ପଚାରିଲେ ଯେ ଆଦିତ୍ୟ ବିରଳା କାହିଁକି ସବୁ କଥା ଭଲ ଭାବେ ନ ଶୁଣି ମାତ୍ର ଦୁଇ ମିନିଟ୍ ଶୁଣି ନିଷ୍ପତ୍ତି ନେଇ ଯାଉଛନ୍ତି? ଏହା ଦ୍ବାରା ଅସୁବିଧା ହେବ ନାହିଁ କି?

ଏହା ଶୁଣି ଅଧିକାରୀ ଜଣକ କହିଲେ- ଯେଉଁମାନେ ଦେଖା କରିବାକୁ ଆସୁଛନ୍ତି ସେମାନଙ୍କ ଦ୍ବାରା ପ୍ରଦତ୍ତ ସବୁ ସୂଚନା ଓ ତଥ୍ୟର ଫାଇଲ୍‌କୁ ସେ ପୂର୍ବରୁ ତିନି ଚାରି ଦିନ ଧରି ଟିକିନିଖି ପଢ଼ି ସାରି ନିଷ୍ପତ୍ତିି ନେଇ ସାରିଥାଆନ୍ତି।

ଏହା ଶୁଣି ତରୁଣ ବିସ୍ମିତ ହୋଇ ପଚାରିଲେ- ଯଦି ପୂର୍ବରୁ ନିଷ୍ପତ୍ତି ନେଇ ସାରି ଥାଆନ୍ତି, ତେବେ ବୃଥାରେ ପୁଣି ସେମାନଙ୍କୁ କାହିଁକି ଶୁଣନ୍ତି?

ଅଧିକାରୀ ଜଣକ କହିଲେ- ୟଙ୍ଗ ମ୍ୟାନ, ସେଇଠି ତ ମଜା। ସେ ସେମାନଙ୍କୁ ସେଇ ସୁଯୋଗଟି ଦିଅନ୍ତି ଯେ କାଳେ ସେମାନେ ଏମିତି କିଛି କହିବେ, ଯଦ୍ଦ୍ବାରା ତାଙ୍କ ମତରେ ପରିବର୍ତ୍ତନ ହେବ। ଏମିତି ଅନେକ ଥର ହୋଇଛି ମଧ୍ୟ। ଏହା ତ ଜଣେ ମହାନ ନେତାର ଗୁଣ। ସେ ଶେଷ ପର୍ଯ୍ୟନ୍ତ ଶୁଣିବାର ଧୈର୍ଯ୍ୟ ରଖେ।

ସମ୍ବନ୍ଧିତ ଖବର