ଦା˚ପତ୍ୟ ବ୍ୟବହାର

କଥାଟିଏ - ଯାଯାବର

ସ୍ବାମୀ ଓ ସ୍ତ୍ରୀଙ୍କ ଭିତରେ ଭଲ ପଡ଼ିଲା ନାହିଁ। ଅଯଥା କଳହରେ ଦିନ ବିତିଲା। କିନ୍ତୁ ଉଭୟ ଦେଖିଲେ ଯେ ପଡ଼ିଶା ଦ˚ପତି ବେଶ୍‌ ଶାନ୍ତିରେ ଅଛନ୍ତି। ସେମାନଙ୍କ ସମୟ ହସଖୁସିରେ ବିତୁଛି।

ସ୍ତ୍ରୀ ଦେଖିଲା ଯେ ପଡ଼ିଶା ଦ˚ପତି ଜଣେ ଗୁରୁଙ୍କ ଆଶ୍ରିତ। ସେ ଭାବିଲା ପାରିବାରିକ ଶାନ୍ତି ଲାଗି ନିଶ୍ଚୟ କିଛି ଗୁରୁ ଜ୍ଞାନ ଅଛି। ତେଣୁ ସ୍ତ୍ରୀ ଯାଇ ସେଇ ଗୁରୁଙ୍କୁ ସାକ୍ଷାତ କରି ସବୁ କହିବ ବୋଲି ସ୍ଥିର କଲା। ତା ସ୍ବାମୀ ବି ଅନୁରୂପ ଭାବୁଥିଲା। କିନ୍ତୁ ଉଭୟେ ପରସ୍ପର ଭିତରେ କଥାବାର୍ତ୍ତା ବନ୍ଦ କରିଥିବାରୁ କେହି କାହାକୁ ଏ ବାବଦରେ କହିଲେ ନାହିଁ।

ଦିନେ ସ୍ତ୍ରୀ ଯାଇ ଗୁରୁଙ୍କୁ ଭେଟି ସ୍ବାମୀଙ୍କ ଦୋଷ ବିଷୟରେ କହିଲା। ଗୁରୁ କହିଲେ- ଦୁଇ ଦିନ ତଳେ ତୁମ ସ୍ବାମୀ ମୋ ପାଖକୁ ଆସିଥିଲେ। ତୁମେ ତାଙ୍କ ବିରୋଧରେ ଯାହା ଯାହା ଅଭିଯୋଗ କରୁଛ ସେ ତୁମ ବିରୋଧରେ ତାହା ତାହା କହି ଯାଇଥିଲେ। ସେ ବି କହିଥିଲେ ଯେ ତୁମେ ଦାୟିତ୍ବଶୂନ୍ୟ, ସମ୍ବେଦନଶୂନ୍ୟ, ଅଯଥା କଳି ସୃଷ୍ଟିକାରୀ, କଟୁ ଭାଷୀ ଇତ୍ୟାଦି।
ଏ କଥା ଶୁଣି ସ୍ତ୍ରୀ ରାଗିଯାଇ କହିଲେ- ସେ ମୋ ପଛରେ ଏମିତି କହୁଥିଲେ ତ! ଏବେ ବୁଝନ୍ତୁ ତାଙ୍କ ଚରିତ୍ର।

ଗୁରୁ କହିଲେ- ଏବେ ତୁମେ ଆଉ କ’ଣ କରୁଥିଲ କି? ତୁମେ ବି ସେୟା କରୁଛ। ତୁମ ଦୁହିଁଙ୍କ ଦୋଷ ହେଲା ତୁମେ ଦୁଇଜଣ ଯାକ ନିଜ ନେଇ ଅନ୍ଧ, କିନ୍ତୁ ଅନ୍ୟର ଦୋଷ ବାହାର କରିବାରେ ଧୁରନ୍ଧର। ତୁମ ପଡ଼ିଶା ଦ˚ପତି କିନ୍ତୁ ଭିନ୍ନ। ସେମାନଙ୍କ ଭିତରୁ ଜଣେ ଅପର ଠାରୁ ଯେମିତି ବ୍ୟବହାର ଆଶା କରେ, ତାକୁ ସେମିତି ବ୍ୟବହାର ଦେଖାଏ। କିନ୍ତୁ ତୁମେ ଦୁଇ ଜଣ କେବଳ ଅନ୍ୟ ଠାରୁ ଭଲ ପାଇବାକୁ ଆଶା କର, କିନ୍ତୁ ସମାନ ବ୍ୟବହାର ଦେଖାଇବାକୁ କୁଣ୍ଠିତ। ଏବେ ବ୍ୟବହାର ବଦଳାଅ ଓ ଦେଖ କ’ଣ ହେଉଛି?

ସମ୍ବନ୍ଧିତ ଖବର