ବୁଦ୍ଧତ୍ବ ଲାଭ କରିବା ପରେ ଗୌତମ ନିରଞ୍ଜନା ନଦୀରେ ସ୍ନାନ କରି ଏକ ବୃକ୍ଷ ମୂଳରେ ଉପବେଶନ କରିଥାଆନ୍ତି। ତାଙ୍କ ମୁଖ ମଣ୍ଡଳରୁ ଜ୍ଞାନର ଅପୂର୍ବ ଜ୍ୟୋତି ନିର୍ଗତ ହେଉଥାଏ। ଏହି ସମୟରେ ନଦୀକୁ ସ୍ନାନ କରିବାକୁ ଗଲେ ସେହି ସମୟର ଜଣେ ଅତ୍ୟନ୍ତ ଗୁଣୀ ଜ୍ୟୋତିଷ। ସେ ଥିଲେ ପ୍ରକୃତରେ ଜଣେ ଆଗତ ଦ୍ରଷ୍ଟା। ସେ ନଦୀର ବାଲି ଉପରେ ଗୌତମଙ୍କ ପାଦ ଚିହ୍ନ ଦେଖି ଚମକି ପଡ଼ିଲେ। କାରଣ ସେ ଜାଣିଥିଲେ ଯେ ଏଭଳି ପାଦର ଅଧିକାରୀ କେବଳ ଜଣେ ବିଶ୍ବ ଚକ୍ରବର୍ତ୍ତୀ ହେବାକୁ ଯୋଗ୍ୟ।
ସୁତରାଂ, ସେ ସେହି ପାଦ ଚିହ୍ନକୁ ଅନୁସରଣ କରି ଆଗକୁ ବଢ଼ିଲେ। ଶେଷରେ ସେ ପହଞ୍ଚିଲେ ବୁଦ୍ଧଙ୍କ ନିକଟରେ।
ବୁଦ୍ଧଙ୍କ ପ୍ରଶାନ୍ତ ମୁଖମଣ୍ଡଳ ଦେଖି ସେ ବିମୋହିତ ହେଲେ ଓ ତାଙ୍କ ସମ୍ମୁଖରେ ନତଜାନୁ ହୋଇ କହିଲେ- ମହାତ୍ମା, ଆପଣ ଜଣେ ଦିଗ୍ବିଜୟୀ ହେବାକୁ ଜନ୍ମ ହୋଇଛନ୍ତି। ଆପଣଙ୍କ ପାଦ ଚିହ୍ନରୁ ମୁଁ ଦେଖିପାରୁଛି ଯେ ଆପଣଙ୍କ ଠାରେ ଜଣେ ବିଶ୍ବ ସମ୍ରାଟ ହେବାର ସମସ୍ତ ଲକ୍ଷଣ ବିଦ୍ୟମାନ। ଆପଣ ଏଠାରେ କାହିଁକି ଏଭଳି ବସିଛନ୍ତି?
ଗୌତମ ବୁଦ୍ଧ ସାମାନ୍ୟ ହସିଲେ ଓ କହିଲେ- ଆପଣଙ୍କ କଥା ହିଁ ସତ ସାବ୍ୟସ୍ତ ହେବ। ମୁଁ କିନ୍ତୁ ବଳ ପୂର୍ବକ ଏ ପୃଥିବୀକୁ ଜୟ କରିବି ନାହିଁ। ମୋର ଅସ୍ତ୍ର ହେବ ପ୍ରେମ ଓ କରୁଣା। ମୁଁ ତା’ରି ବଳରେ ବିଶ୍ବ ସମ୍ରାଟ ହେବାକୁ ଚେଷ୍ଟା କରିବି।
ତାହା ହିଁ ହେଲା। ପ୍ରେମ ଓ କରୁଣା ବଳରେ ବୁଦ୍ଧ ଏ ପୃଥିବୀକୁ ଜୟ କଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/footf.jpg)