ଆହୁରି ଆଗକୁ ଯାଆ

କଥାଟିଏ - ଯାଯାବର

ଜଣେ ଅତି ଦରିଦ୍ର କାଠୁରିଆ ଜଙ୍ଗଲର ସନ୍ଧାନରେ ବାହାରିଲା। ଜଣେ ସାଧୁଙ୍କୁ ସେ ପଚାରିବାରୁ ସେ କହିଲେ- ଆଗରେ ଅଛି। କାଠୁରିଆ ଆଗକୁ ଗଲା। ବାଟରେ ଦେଖିଲା ତମ୍ବା ଖଣି। ସେ ଭାବିଲା ଏବେ ତମ୍ବା ନେଇ କାରବାର କଲେ ଭଲ ଲାଭ ହେବ। ତେଣୁ ସେ ସେଠାରେ ଅଟକି ଗଲା।
କିଛି ଦିନ ପରେ ସେହି ସାଧୁ ତାକୁ ସେଠାରେ ଦେଖି କହିଲେ- ଏଠି କ’ଣ ଅଟକିଲୁ? ଆହୁରି ଆଗକୁ ଯାଆ। କାଠୁରିଆ ପୁଣି ଥରେ ଆଗକୁ ଗଲା ଏବଂ ଏବେ ରୁପାର ଖଣି ପାଇଲା।

ସେ ସେଠାରେ ଅଟକି ଯାଇ ରୁପା ବୋହିବାରେ ଲାଗିଲା। କିଛି ଦିନ ପରେ ସାଧୁ ସେଠାରେ ପହଞ୍ଚି କହିଲେ- ଏଠି କ’ଣ ଅଟକିଲୁ? ଆହୁରି ଆଗକୁ ଯାଆ। କାଠୁରିଆ କୌତୂହଳବଶତଃ ଆଗକୁ ଗଲା ଏବଂ ସୁନାର ଖଣି ପାଇଲା। ଏବେ ସେ ସେଠି ରହିଗଲା। ସେ କ୍ରମେ ଏତେ ଧନୀ ହୋଇଗଲା ଯେ କହି‌େଲ ନ ସରେ। ସାଧୁୂ ଦି‌େନ ତା’ ପାଖରେ ପହଞ୍ଚିଗଲେ ଏବଂ କହିଲେ- ଏଠି କ’ଣ ଅଟକିଲୁ? ଆହୁରି ଆଗକୁ ଯାଆ।
କାଠୁରିଆ କହିଲା- ଆଉ ଆଗକୁ ଯିବାର ଲୋଡ଼ା ନାହିଁ। ମୁଁ ସବୁ ପାଇଗଲି।

ସାଧୁ କହିଲେ- ତୁ ଯାହା ଖୋଜୁଥିଲୁ, କୋଉଠୁ ପାଇଲୁ? ଆହୁରି ଆଗକୁ ଯାଆ।

ସାଧୁ ଚାଲିଗଲା ପରେ କାଠୁରିଆର ମନ ଅଥୟ ହେଲା। ଆଗରେ ଆହୁରି କି ସଂପଦ ଥିବ ବୋଲି ଭାବି ଦିନେ ଘୋଡ଼ାରେ ବସି ଆହୁରି ଆଗକୁ ଗଲା। କିଛି ବାଟ ଗଲା ପରେ ଦେଖିଲା ଏକ ଅତ୍ୟନ୍ତ ସୁନ୍ଦର ଜଙ୍ଗଲ।

ସେ ଅଟକି ଗଲା। ତା’ର ମନେ ପଡ଼ିଗଲା ଯେ ସେ ଅ‌େନକ ଦିନ ଆଗରୁ ଅତି ବିକଳରେ ଜଙ୍ଗଲଟିଏ ଚାହୁଁଥିଲା।

ସମ୍ବନ୍ଧିତ ଖବର