ଫୁଲ ପା‌ଖୁଡ଼ା ଭଳି ହାଲୁକା

କଥାଟିଏ - ଯାଯାବର

ଗୁରୁ ନାନକ ଗୋଟିଏ ଗାଁରେ ପହଞ୍ଚିଲେ। ସେଇ ଗାଁଟି ଥିଲା ସୁଫିବାଦୀମାନଙ୍କ ଗାଁ। ଗାଁରେ ଥିଲେ ଅନେକ ସୁଫି ପଣ୍ତିତ। ନାନକ ସେ ଦିନ ସ˚ଧୢାରେ ସେଠାରେ ଡେରା ପକାଇଛନ୍ତି ବୋଲି ଖବର ସେମାନଙ୍କ ପାଖରେ ପହଞ୍ଚି ଗଲା।

ପର ଦିନ ସକାଳୁ ସେଇ ଗାଁର ମୁଖିଆ, ଯେ କି ଥିଲେ ଜଣେ ସୁଫି ପଣ୍ତିତ ଗୋଟିଏ ପାତ୍ରରେ ପାତ୍ର ଭରା ଦୁଗ୍‌ଧ ନାନକଙ୍କ ପାଖକୁ ପଠାଇଲେ। ନାନକ ସେତିକି ବେଳେ କୂଅ ମୂଳରେ ବସିଥିଲେ। ସେ ଦେଖିଲେ ଯେ ତାଙ୍କ ପାଖକୁ ଯେଉଁ ପାତ୍ର ଭରା ଦୁଗ୍‌ଧ ପଠାଯାଇଛି, ସେଥିରେ ଆଉ ବୁନ୍ଦେ କ୍ଷୀର ବି ଅଧିକ ଧରିବା ସମ୍ଭବ ନୁହେଁ। ପାତ୍ରଟି ଭରପୂର। ନାନକ ବସିବା ସ୍ଥାନରୁ ଉଠିଗଲେ ଏବ˚ ପାଖରେ ଏକ ବୁଦାରେ ଫୁଟିଥିବା ଫୁଲର କିଛି ପାଖୁଡ଼ା କ୍ଷୀର ଉପରେ ବିଞ୍ଚି ଦେଇ ତାକୁ ପୁଣି ସେଇ ସୁଫି ପଣ୍ତିତଙ୍କ ପାଖକୁ ପଠାଇ ଦେଲେ।

ଏହା ଦେଖି ନାନକଙ୍କ ପରମ ଶିଷ୍ୟ ମର‌୍‌ଦାନା କିଛି ବୁଝି ନ ପାରି ନାନକଙ୍କୁ ପଚାରିଲେ- ଗୁରୁ, ଆପଣ ଯାହା କଲେ ତାହା ମୋତେ ରହସ୍ୟମୟ ଲାଗୁଛି। ମୋତେ ତାର ମର୍ମ ବୁଝାଇ ଦିଅନ୍ତୁ।

ନାନକ କହିଲେ- ମର୍‌ଦାନା, ସେଇ କ୍ଷୀର ଦ୍ବାରା ସୁଫି ପଣ୍ତିତ ମୋ ପାଖକୁ ଏକ ସନ୍ଦେଶ ପଠାଇଥିଲେ। ସନ୍ଦେଶଟି ଥିଲା ଏୟା- ଏ ଗାଁ ସୁଫି ସନ୍ଥମାନଙ୍କ ଦ୍ବାରା ଭରା। ଏଠାରେ ଆଉ ଜଣେ ବି ଅଧିକ ରହିବା ସମ୍ଭବ ନୁହେଁ। ମୁଁ ତା’ ଉପରେ ଫୁଲ ପାଖୁଡ଼ା ବିଞ୍ଚି ଦେଇ ଜଣାଇଦେଲି ଯେ ଏଇ ଫୁଲ ପାଖୁଡ଼ାଗୁଡ଼ିକ ଭଳି ମୁଁ ଓଜନ ଶୂନ୍ୟ। ମୁଁ ଆପଣମାନଙ୍କ ଭିତରେ ଏମିତି ରହିଯିବ ଯେ ଆପଣ ମୁଁ ଅଛି କି ନ ଅଛି ଜାଣିପାରିବେ ନାହିଁ।

ସମ୍ବନ୍ଧିତ ଖବର