ଜେନ୍ ଗୁରୁ ନେନେଙ୍କ ପାଖରୁ କିଛି ଶିକ୍ଷା କରିବାକୁ ଆସିଥିବା ବାଳକଟି କେବଳ ତାଙ୍କ ମୁହଁକୁ ଚାହିଁ ରହୁଥିଲା, କେତେବେଳେ କୌଣସି ମହାର୍ଘ ବାକ୍ୟ ଦେଇ ପ୍ରଜ୍ଞାର ମୋତି ଝରି ପଡ଼ିବ। କିନ୍ତୁ ତାହା ହେଉ ନ ଥିଲା। ନେନେ ଅଧିକା˚ଶ ସମୟ ବଗିଚାରେ ବସି କାଟୁଥିଲେ। ସେ କଥାବାର୍ତ୍ତା କରୁ ନ ଥିଲେ ଓ କେବଳ ନିବିଷ୍ଟ ଚିତ୍ତରେ କେଉଁ ଗଛକୁ ବା କେଉଁ ପତଙ୍ଗକୁ ଚାହିଁ ବସୁଥିଲେ। ଶିଷ୍ୟଟି ଧୈର୍ଯ୍ୟହରା ହୋଇପଡୁଥିଲା।
ଏହି ସମୟରେ ଆଶ୍ରମକୁ ଆସିଲେ ଆଉ ଜଣେ ତରୁଣ ସନ୍ନ୍ୟାସୀ। ସେ ଥିଲେ ଜ୍ଞାନର ଭଣ୍ତାର। ସେ ଦିନ ସ˚ଧୢାରେ ସେ ସନ୍ନ୍ୟାସୀ ସମସ୍ତଙ୍କ ଆଗରେ ଅନେକ ଦାର୍ଶନିକ ତତ୍ତ୍ବର ଅବତାରଣା କରି ବୁଝାଇଲେ। ଏବେ ଶିଷ୍ୟଟି ଭାବିଲା ଯେ ୟେ ହେଉଛନ୍ତି ଅସଲ ଲୋକ। ୟେ ଗୁରୁ ହେବା ଲାଗି ଯୋଗ୍ୟ।
ସେ ନେନେଙ୍କୁ କହିଲା- ମହାତ୍ମା, ଏତେ ଦିନ ଧରି ଆପଣଙ୍କ ପାଖରେ ରହିଲି, ଅଥଚ ଆପଣ କେବେ କିଛି କହିଲେ ନାହିଁ। ତେଣୁ ମୁଁ ଭାବୁଛି ଏହି ସନ୍ନ୍ୟାସୀଙ୍କ ସହିତ ଯିବି।
ଏବେ ନେନେ କହିଲେ- ସେ ବାବୁ କ’ଣ କିଛି କହିଲେ କି?
ଏ କଥା ଯୁବ ସନ୍ନ୍ୟାସୀ ଶୁଣି ପାରି କହିଲେ- ନେନେ, ତାହା ହେଲେ ଏତେ ଘଣ୍ଟା ଧରି ମୁଁ କ’ଣ କରୁଥିଲି?
ନେନେ କହିଲେ- ମୁଁ ସବୁ ଶୁଣିଛି। ତୁମ ବାଟ ଦେଇ ଶାସ୍ତ୍ର କହୁଥିଲା, ଶାସ୍ତ୍ରୀମାନେ କହୁଥିଲେ, ଅନ୍ୟମାନଙ୍କ ତତ୍ତ୍ବ ଓ ଦର୍ଶନ କହୁଥିଲା, କିନ୍ତୁ ତୁମେ କେତେବେଳେ କହୁଥିଲ?
ତରୁଣ ସନ୍ନ୍ୟାସୀ ଚୁପ୍ ହୋଇଗଲେ। ନେନେ ପୂର୍ବବତ୍ ଚୁପ ରହିଲେ। ବାଳକଟି ନେନେଙ୍କ ସହିତ ରହିଲା।