ମୁଲ୍ଲାଙ୍କ ମୂର୍ଖତା

କଥାଟିଏ - ଯାଯାବର

ଥରେ କଥା ପଡ଼ିଲା ଯେ ଆଖପାଖ ଦଶଟି ଗାଁରେ ସବୁଠାରୁ ବଡ଼ ମୂର୍ଖ କିଏ? ଜଣେ କହିଲେ ଯେ ପା‌ଖ ଗାଁରେ ମୁଲ୍ଲା ନସିରୁଦ୍ଦିନ ନାମରେ ଜଣେ ଲୋକ ଅଛନ୍ତି। ତାଙ୍କ ଭଳି ମୂର୍ଖ ତୁମେମାନେ ଖୋଜିଲେ ବି ପାଇବ ନାହିଁ।

ସେଠାରେ ଥିବା ଲୋକେ କହିଲେ- ତେବେ ତାଙ୍କ ମୂର୍ଖାମିର ଉଦାହରଣ ଦିଅ।

ସେହି ଲୋକ କହିଲେ- ଥରେ ମୁଲ୍ଲା ବର୍ଷାରେ ତିନ୍ତି ତିନ୍ତି ଯାଉଥିଲେ, କିନ୍ତୁ ନୂଆ ଛତାଟି ଓଦା ହୋଇଯିବ ବୋଲି ନିଜ ଜାମା ଭିତରେ ପୂରାଇ ରଖିଥିଲେ। ଛତାଟି ଖୋଲିବାକୁ ତାଙ୍କୁ କହିବାରୁ ସେ ଓଲଟି ମୋ‌େତ ଗଧ ବୋଲି କହି ବିଦ୍ରୂପ କଲେ।

ତା’ର କିଛି ଦିନ ପ‌ରେ ଦେଖିଲି ଯେ ମୁଲ୍ଲା ଗଛରେ ଚଢ଼ି କାଠ କାଟୁଛନ୍ତି। କିନ୍ତୁ ଯେଉଁ ଡାଳକୁ କାଟୁଛନ୍ତି, ତା’ରି ଉପରେ ବସିଛନ୍ତି। ମୁଁ ତଳୁ ଚିତ୍କାର କଲି- ମୁଲ୍ଲା ତଳକୁ ଖସି ପଡ଼ିବ। ସେମିତି କର ନାହିଁ।

କିନ୍ତୁ ସେ ମୋତେ ଖ‌େତଇ ହେଲେ।

ମୁଁ ମୋ ବାଟରେ ଚାଲିଗଲି। କିଛି ସମୟ ପରେ ମୁଲ୍ଲାଙ୍କ ଘରୁ ମୋତେ ଡାକରା ଆସିଲା। ମୁଲ୍ଲାଙ୍କ ଅବସ୍ଥା କ’ଣ ହୋଇଥିବ ତାହା ମୁଁ ଜାଣିଥିଲି। ତଥାପି ଗଲି। ତାଙ୍କ ହାତ ଗୋଡ଼ ଭାଙ୍ଗି ଯାଇଥିଲା ଏବଂ ସେ ବିଛଣାରେ ଶୋଇଥିଲେ।

ମୁଁ ପଚାରିଲି- ମୁଲ୍ଲା ଏବେ ବୁଝିଲ ତ? ଏଥିରୁ କ’ଣ ଶିକ୍ଷା ପାଇଲ?

ମୁଲ୍ଲା କ’ଣ କହିଲେ? ବୋଲି ପଚାରିଲେ ଉଦ୍‌ଗ୍ରୀବ ଲୋକେ।

ସେ କହିଲେ- ମୁଲ୍ଲା କହିଲେ ଯେ ଏଥିରୁ ଏହି ଶିକ୍ଷା ପାଇଲି ଯେ ତୁମେ ଜଣେ ଜ୍ୟୋତିଷ। କାରଣ ତୁମେ ଭବିଷ୍ୟତ କଥା କହିପାର। ଆଗରୁ ତୁମକୁ ମୁଁ ଥଟ୍ଟା କରିଛି। ମୋତେ କ୍ଷମା କର। ଏବେ ତୁମ କଥା ଶୁଣିବି।

ସମ୍ବନ୍ଧିତ ଖବର