ଜଣେ ନିର୍ବୋଧ ଅତି ବିଚାର କରି କାମଟିଏ କଲେ କିଭଳି ଫଳ ମିଳେ, ସେ ସଂପର୍କରେ ମୁଲ୍ଲା ନସିରୁଦ୍ଦିନଙ୍କୁ ନେଇ ଏହି କଥାଟି।

Advertisment

ମୁଲ୍ଲା ନସିରୁଦ୍ଦିନ ଗୋଟିଏ କାରଖାନାରେ କାମ କରୁଥିଲେ। ଥରେ ଗୋଟିଏ ଦୁର୍ଘଟଣାରେ ମୁଲ୍ଲାଙ୍କ ହାତ ମେସିନ ଭିତରେ ପଶିଗଲା ଓ ସେ ଚାରିଟି ଆଙ୍ଗୁଳି ହରାଇଲେ। ହାସପାତାଲରେ ଅନେକ ଦିନ କାଟିବା ପରେ ‌େସ ଆରୋଗ୍ୟ ହୋଇ ଘରକୁ ଫେରିଲେ। ଏବେ ତାଙ୍କ ସହିତ ଦେଖା କରିବାକୁ ବନ୍ଧୁମାନେ ଆସିଲେ।

ସେମାନଙ୍କ ଭିତରୁ କେହି ଜଣେ କହିଲେ- ମୁଲ୍ଲା, ଭଗବାନଙ୍କୁ ଧନ୍ୟବାଦ ଦିଅ ଯେ ତୁମର ବାମ ହାତର ଆଙ୍ଗୁଳି କଟିଛି। ବୁଝିଛ ତ, ଯଦି ଡାହାଣ ହାତର ଆଙ୍ଗୁଳି କଟିଥାଆନ୍ତା, ତେବେ କ’ଣ ହୋଇଥାଆନ୍ତା?

ମୁଲ୍ଲା ଏ କଥା ଶୁଣି ଚିଡ଼ି ଯାଇ କହିଲେ- ବେକାର କଥା କହନା। ଏଥିଲାଗି ଭଗବାନଙ୍କୁ କାହିଁକି ଧନ୍ୟବାଦ ଦେବି। ମୁଁ ବିଚାର ସଂପନ୍ନ ଚାଲାକ ଲୋକ ବୋଲି ଏମିତି ହେଲା।

ବନ୍ଧୁ ଜଣକ ପଚାରିଲେ- ତାହା ପୁଣି କେମିତି?

ମୁଲ୍ଲା ବୁଝାଇ ଦେଇ କହିଲେ- ମୋର ଡାହାଣ ହାତଟି ମେସିନ ଭିତରକୁ ପଶିଯାଉଥିଲା। ଠିକ ସମୟରେ ମୁଁ ଜାଣି ପାରିବାରୁ ବିଚାର କଲି ଡାହାଣ ହାତଟା କାମର ହାତ। ତେଣୁ ତାକୁ ‌େନଇ ଆସି ବାମ ହାତଟିକୁ ମେସିନ ଭିତରେ ପୂରାଇ ଦେଲି।