ଯଶୋଧାରା ଓ ବୁଦ୍ଧ

କଥାଟିଏ - ଯାଯାବର

ଗୌତମ ବୁଦ୍ଧ ଯେତେବେଳେ କପିଳବାସ୍ତୁ ପ୍ରତ୍ୟାବର୍ତ୍ତନ କଲେ ଏବଂ ଯଶୋଧାରାଙ୍କ ସମ୍ମୁଖକୁ ଗଲେ, ସେତିକି ବେଳେ ଅଭିମାନର ଉଚ୍ଛ୍ବାସରେ ଯଶୋଧାରା ଫାଟି ପଡ଼ିଲେ। ସେ ବୁଦ୍ଧଙ୍କୁ ବହୁତ ତିରସ୍କାର କରି କହିବାକୁ ଲାଗିଲେ- ତୁମେ ୟେ କ’ଣ କଲ? ତୁମେ ଏମିତି ଚୋର ଭଳି ପଳାୟନ କରିପାରିଲ କେମିତି? ମୁଁ ତୁମର ଧର୍ମପତ୍ନୀ ଏବଂ ତୁମେ ମୋର ପ୍ରଭୁ; ‌େମାତେ କହି କରି ଯିବାର ସତ୍ ସାହସ ଜୁଟାଇ ପାରିଲ ନାହିଁ? ମୋ ଉପରେ ଟିକିଏ ବି ଭରସା କରିପାରିଲ ନାହିଁ? ତୁମେ ଯଦି କହିଥାଆନ୍ତ, ମୁଁ କ’ଣ ତୁମକୁ ମନା କରିଥାଆନ୍ତି? ମୋତେ ଥରେ ତ ପଚାରି ପାରିଥାଆନ୍ତ! ତୁମେ ମୋର ପ୍ରାଣ ଚାହିଥିଲେ ବି ମୁଁ ତାହା ବିନା ବାକ୍ୟ ବ୍ୟୟରେ ଅର୍ପଣ କରି ଦେଇଥାଆନ୍ତି! କିନ୍ତୁ ତୁମେ ଏଭଳି କଲ କାହିଁକି?

ଏଭଳି ଅଭିମାନ ଭରା ଭର୍ତ୍ସନାକୁ ବୁଦ୍ଧ ନିରବରେ ଓ ଅବିଚଳିତ ଭାବେ ଶୁଣିବାରେ ଲାଗିଥିଲେ। ଶେଷରେ ‌ଯଶୋଧା‌ରା ଧୈର୍ଯ୍ୟହରା ହୋଇ କହିଲେ- କିଛି କହୁନ କାହିଁକି? ତୁମେ ତ ବୁଦ୍ଧ ହୋଇ ପରମ ଜ୍ଞାନ ଲାଭ କରି ସାରିଛ! ମୋ ପ୍ରଶ୍ନର କ’ଣ କୌଣସି ଉତ୍ତର ତୁମ ପାଖରେ ନାହିଁ?

ବୁଦ୍ଧ ହସିଲେ ଓ କହିଲେ- ଏ ସବୁ କଥା କାହାକୁ କହୁଛ ଯଶୋଧାରା? କାରଣ ଯିଏ ଯାଇଥିଲା, ସେ ଫେରିନାହିଁ। ଯିଏ ଯାଇଥିଲା, ସେ ମରି ସାରିଛି ଓ ଯିଏ ଫେରିଛି ସେ ଅନ୍ୟ ଜଣେ। ତେଣୁ କାହିଁକି ଜଣେ ମୃତ ବ୍ୟକ୍ତି ଉପରେ ଅଭିମାନ କରୁଛ?

ଯ‌େଶାଧାରା ଏହି କଥା ପଦକରେ ତଟସ୍ଥ ହୋଇଗଲେ। ସତରେ ସେ ଯେଉଁ ପୁରୁଷକୁ ଜାଣିଥିଲେ, ୟେ ସେ ନ ଥିଲେ!

ଅବଶ୍ୟ, ଏହା ପରେ ଯଶୋଧାରା ବୁଦ୍ଧଙ୍କ ଅନୁଗାମିନୀ ହୋଇଥି‌େଲ।

ସମ୍ବନ୍ଧିତ ଖବର