ଜଣେ ଯୁବକର ଅନିନ୍ଦ୍ୟ ସୁନ୍ଦରୀ ବାଗ୍‌ଦତ୍ତା କହିଲା- ରାଜାଙ୍କ ବଗିଚାରେ ଯେଉଁ ନୀଳ ପଳାଶ ଫୁଟିଛି, ତାକୁ ମୋ ଲାଗି ଆଣିପାରିବ?

Advertisment

‘ୟେ ଗୋଟାଏ କଥା?’ ବୋଲି କହି ଯୁବକ ଡିଆଁ ମାରି ଚାଲିଗଲା।

ନୀଳ ପଳାଶ ଥିଲା ଅତ୍ୟନ୍ତ ଦୁର୍ଲଭ। ତେଣୁ ତାରି ଲାଗି ରାଜା ସ୍ବତନ୍ତ୍ର ପହରାର ବ୍ୟବସ୍ଥା କରିଥିଲେ। ତେଣୁ ଭିତରକୁ ପଶି ଫୁଲ ଚୋରି କରିବା ଥିଲା ଅସମ୍ଭବ। ତେଣୁ ଯୁବକଟି ଯାଇ ଜଗୁଆଳିମାନଙ୍କ ମୁଖ୍ୟଙ୍କୁ ସବୁ କଥା କହି ଅତି ବିନମ୍ରତାର ସହିତ ଫୁଲଟିଏ ମାଗିଲା। ସେମାନେ ଯୁବକକୁ ଠେଙ୍ଗାଟି ଦେଖାଇ ତଡ଼ିଦେଲେ।

ହତାଶ ଯୁବକ ଅନେକ ଚିନ୍ତା କଲା ପରେ ଭାବିଲା- କୌଣସିମତେ ପ୍ରାଚୀର ଲ˚ଘି ଉଦ୍ୟାନରେ ପଶିବ। ଏହା କହି ସେ ନିଶାର୍ଧରେ ପ୍ରାଚୀର ପାଖରେ ପହଞ୍ଚିଲା। କିନ୍ତୁ ସାହସ କୁଳେଇ ପାରିଲା ନାହିଁ। ତା ପରେ ସେ ଭାବିଲା- ଏଣିକି ଆଙ୍ଗୁଠି ବଙ୍କା କରି ଘିଅ କାଢ଼ିବାକୁ ହେବ। ତା ପରେ ସେ ମୁଖ୍ୟ ଜଗୁଆଳିଙ୍କ ହାତରେ ପାଞ୍ଚଟି ସୁବର୍ଣ୍ଣ ମୁଦ୍ରା ଗୁଞ୍ଜି ଦେଲା। ମୁଖ୍ୟ ଜଗୁଆଳି ଅର୍ଥପୂର୍ଣ୍ଣ ହସ ହସି ଅତି ସନ୍ତର୍ପଣରେ ଯୁବକକୁ ଫୁଲଟିଏ ଆଣି ଦେଇଦେଲା।

ଯୁବକ ଫୁଲଟି ପାଇ ଛାତିି ଫୁଲେଇ ବାଗ୍‌ଦତ୍ତାକୁ ଦିଅନ୍ତେ ସେ ବିସ୍ମିତ ହୋଇ ପଚାରିଲା- ତୁମେ ଫୁଲ କେମିତି ପାଇଲ?

ଯୁବକ ସବୁ କଥା କହିଲା। ଶେଷରେ ଟିପ୍ପଣି ଦେଲା ଯେ ଯେଉଁଠି ଜଗୁଆଳି ନୀତିହୀନ, ସେଠି ଅସମ୍ଭବ କ’ଣ?

ଏହା ଶୁଣି କନ୍ୟାଟି ଧୀରେ କହିଲା- ତମେ କେଉଁ ନୀତିବାନ କି?

ସହସା ଯୁବକର ଜ୍ଞନୋଦୟ ହେଲା।