କ୍ଷମାର ପ୍ରହାର

କଥାଟିଏ - ଯାଯାବର

ଗୋଟିଏ ରାଜ୍ୟରେ ଥରେ ବିଦ୍ରୋହ ହେଲା। ତାକୁ ଦମନ କରିବା ଲାଗି ରାଜା ଯୁବରାଜଙ୍କୁ ପଠାଇଲେ। ଯୁବରାଜ ଥିଲେ ଭଦ୍ର, ମାର୍ଜିତ ଏବ˚ ସମସ୍ତ ସୁଗୁଣ ସ˚ପନ୍ନ। ଏବ˚ ତା’ ସହିତ ସେ ମଧୢ ଥିଲେ ଜଣେ ଅତ୍ୟନ୍ତ ବିଚକ୍ଷଣ ଯୋଦ୍ଧା।

ଯୁବରାଜ ସେଠାରେ ପହଞ୍ଚି ବିଦ୍ରୋହର ନେତାଙ୍କୁ ଏକ ପ୍ରସ୍ତାବ ଦେଲେ ଯେ ସେ କେବଳ ତାଙ୍କ ସହିତ ଯୁଦ୍ଧ କରିବାକୁ ଚାହାନ୍ତି। ତହିଁିରେ ହାରଜିତ ଭବିଷ୍ୟତ୍‌ର କାର୍ଯ୍ୟପନ୍ଥା ସାବ୍ୟସ୍ତ କରିବ। ଯଦି ସେ ହାରି ଯାଆନ୍ତି, ତେବେ ବିଦ୍ରୋହର ନେତାଙ୍କ ଦାବି ରହିବ। ଯଦି ସେ ଜିତନ୍ତି ତେବେ ବିଦ୍ରୋହ ବନ୍ଦ ହେବ। ଏହା ଦ୍ବାରା ଅଯଥା ଜୀବନ ହାନି ହେବ ନାହିଁ। କିନ୍ତୁ ଏ ଯୁଦ୍ଧ ଶେଷ ନିଃଶ୍ବାସ ଥିବା ଯାଏ ଚାଲିବ। ବିଦ୍ରୋହୀ ନେତା ଏଥିରେ ରାଜି ହେଲେ।

ବିଦ୍ରୋହୀ ନେତା ମଧୢ ଥଲେ ଜଣେ ପାରଙ୍ଗମ ଯୋଦ୍ଧା। ତେଣୁ ଦୁହିଁଙ୍କ ଭିତରେ ଚାଲିଲା ଘମାଘୋଟ ଯୁଦ୍ଧ। ଉଭୟେ ପରସ୍ପରର ଅସ୍ତ୍ରାଘାତରେ ଲହୁଲୁହାଣ ହେଲେ। ତେବେ ଶେଷରେ କିନ୍ତୁ ବିଦ୍ରୋହୀ ନେତା ପରାଜିତ ହୋଇ ଭୂପତିତ ହେଲେ। ଏଥିରେ ଉତ୍ସାହିତ ସୈନ୍ୟମାନେ ଆନନ୍ଦରେ ଚିତ୍କାର କରି ଉଠିଲେ।

କିନ୍ତୁ ଯୁବରାଜ କିଛି କ୍ଷଣ ମାତ୍ର ଛିଡ଼ା ହେଲେ। ତା’ପରେ ସେ ନିଜ ହାତରୁ ତରବାରି ଖସାଇ ଦେଇ ବିଦ୍ରୋହୀ ନେତାଙ୍କୁ ତଳୁ ଉଠାଇ ଆଲିଙ୍ଗନ କଲେ। ବିଦ୍ରୋହୀ ନେତା ଏହା ବିଶ୍ବାସ କରି ପାରିଲେ ନାହିଁ। କହିବା ବାହୁଲ୍ୟ ଯେ ବିଦ୍ରୋହୀ ନେତାଙ୍କ ହୃଦୟ ବଦଳି ଯାଇଥିଲା। ସେ ତାଙ୍କ ଅବଶିଷ୍ଟ ଜୀବନ ରାଜ୍ୟର ସେବାରେ କାଟିଲେ ଏବ˚ ଯୁବରାଜଙ୍କ ଅତ୍ୟନ୍ତ ଅନୁଗତ ହେଲେ।

ସେ କହିଲେ- ଆପଣଙ୍କ କ୍ଷମା ପ୍ରଦାନ ଥିଲା ମୋ ଉପରେ ଶେଷ ଆଘାତ, ଯହିଁରେ ମୋ ଭଳି ବିଦ୍ରୋହୀର ମୃତ୍ୟୁ ହେଲା ଓ ଆପଣଙ୍କର ଜଣେ ବିଶ୍ବସ୍ତ ତହିଁରୁ ଜନ୍ମ ନେଲା।

ସମ୍ବନ୍ଧିତ ଖବର