ଅସାଧାରଣ କିଏ?

କଥାଟିଏ - ଯାଯାବର

ଗୋଟିଏ ଜନବସତିରେ ଜଣେ ଭଲ ଲୋକ ଥିଲେ। ସେ ଥିଲେ ସଚ୍ଚରିତ୍ର, ପରୋପକାରୀ, ସହିଷ୍ଣୁ। କିନ୍ତୁ ବିଡ଼ମ୍ବନା ହେଲା, ସେ ନିଜ କର୍ମ ଦ୍ବାରା ନିଜର ମହାନତା ପ୍ରତିପାଦନ କରୁଥିବା ସତ୍ତ୍ବେ ତାଙ୍କୁ ଲା˚ଛନା ଦେବାର ଲୋକଙ୍କ ସ˚ଖ୍ୟା କମ୍‌ ନ ଥିଲା। ତାଙ୍କର ପ୍ରଭାବରେ ଈର୍ଷାନ୍ବିତ ହୋଇ କିଛି ଲୋକ ତାଙ୍କ ବିରୋଧରେ କୁତ୍ସା କରୁଥିଲେ। କିନ୍ତୁ ସେ ଅବିଚଳିତ ରହୁଥିଲେ ଏବ˚ ଭଲ କାମ କରି ଚାଲୁଥିଲେ।

ଏଥିରେ ବ୍ୟତିବ୍ୟସ୍ତ ହୋଇ ତାଙ୍କର ଜଣେ ନିଜ ଲୋକ କହିଲେ- ଆଜ୍ଞା, ଆପଣ କାହିଁକି ଏ କୁତ୍ସାର ଜବାବ ଦେଉ ନାହାନ୍ତି? ସେହି କାରଣରୁ ନିନ୍ଦୁକମାନେ କହୁଛନ୍ତି ଯେ ଆପଣଙ୍କର କିଛି ଦୋଷ ଥିବ ନିଶ୍ଚୟ। ଦୋଷ ନ ଥିଲେ ଆପଣ ପ୍ରତିବାଦ କରିଥାଆନ୍ତେ।

ସେହି ବ୍ୟକ୍ତି ଏହାର ଉତ୍ତରରେ କହିଲେ- ହୋଇପାରେ। ଆମେ ସମସ୍ତେ ଊଣା ଅଧିକ କେବେ ନା କେବେ ଜୀବନରେ ଲା˚ଛନା, ଅପବାଦ, ନିନ୍ଦା ଶୁଣନ୍ତି। କିନ୍ତୁ ସେତିକି ବେଳେ ଆମ ପ୍ରତିକ୍ରିୟା ହିଁ ଦର୍ଶାଏ ଆମ ଭିତରୁ କିଏ କେଉଁ ଭଳି? ଏହା ଏକ ପରୀକ୍ଷା। ଏଥିରେ ଆମର ଧୈର୍ଯ୍ୟ ଶକ୍ତି, ବିବେଚନା ଶକ୍ତି, ବିବେକ ବୋଧ ଆଦିର ପରୀକ୍ଷା ହୋଇଯାଏ। ଏଥିରୁ ଜଣାପଡ଼େ ଆମେ ସାଧାରଣ ନା ଅସାଧାରଣ? ତୁମ ପ୍ରତିକ୍ରିୟା ହିଁ ତୁମକୁ ମହାନ କରେ। ଜୀବନର ଅନ୍ତିମ ଆଘାତ ସହିବା ବେଳେ ସେମାନଙ୍କ ପ୍ରତିକ୍ରିୟା ତ ଯୀଶୁ ବା ଗାନ୍ଧୀଙ୍କୁ ଏଭଳି ଅନତିକ୍ରମ୍ୟ ଭାବେ ମହାନ କରିଛି।

ସମ୍ବନ୍ଧିତ ଖବର