ଶେଷ ଉପଦେଶ

କଥାଟିଏ - ଯାଯାବର

ଜଣେ ଗୁରୁଙ୍କ ପାଖରେ ଶିକ୍ଷା ସମାପ୍ତ କରି ଚେଲାମାନେ ବିଦାୟ ନେବାକୁ ବସିଲେ। ତେବେ ବିଦାୟ ନେବା ପୂର୍ବରୁ ସେମାନେ ନିକଟବର୍ତ୍ତୀ ସହରକୁ ବୁଲିବାକୁ ଯିବାକୁ ଚାହିଁଲେ। ଗୁରୁ ଅନୁମତି ଦେଲେ।

ସହରରେ ସେମାନଙ୍କ ମନ ପୂରା ଭଳି ଗଲା। ସେମାନଙ୍କ ଭିତରୁ କେତେକ ଜିନିଷପତ୍ର କିଣିବାରେ ମଜ୍ଜି ଗଲେ। କିଏ ସୁଯୋଗ ଦେଖି ପାନ ଶାଳାରେ ପଶିଗଲା ତ କିଏ ରାସ୍ତାରେ ଟହଲ ମାରିଲା। ସ˚ଧୢା ବେଳକୁ ସେମାନେ ଆଶ୍ରମକୁ ଫେରିଲେ। ଏହା କିନ୍ତୁ କେତେକ ଶିଷ୍ୟଙ୍କୁ ବ୍ୟଥିତ କଲା। ସେମାନେ ଗୁରୁଙ୍କୁ ଏ ବାବଦରେ କହିଲେ ଏବ˚ ଅନୁରୋଧ କଲେ ଯେ ସେମାନେ ସମସ୍ତେ ଆଶ୍ରମରୁ ବିଦାୟ ନେବା ପୂର୍ବରୁ ଏଭଳି ବ୍ୟବହାର କରିଥିବା ପିଲାମାନଙ୍କୁ ସଚେତନ କରିବାକୁ ଗୁରୁ କିଛି ଶେଷ ଉପଦେଶ ଦିଅନ୍ତୁ।

ଗୁରୁ ସେମାନଙ୍କୁ କହିଲେ ଯେ ମୋ ଶେଷ କଥାଟି ତୁମେମାନେ ଶୁଣ। ତୁମେ ସମସ୍ତେ ଏବେ ଏଠାରେ ଶିକ୍ଷା ସମାପ୍ତ କରି ବିଦାୟ ନେବାକୁ ବସିଛ। ଏବେ ବୁଝିବାକୁ ଚେଷ୍ଟା କର ଯେ ସହରକୁ ପଡ଼ିଥିବା ରାସ୍ତା କଡ଼ରେ କେତେ ବିପଣି ଗଢ଼ି ଉଠିଛି। ସେହି ରାସ୍ତାରେ ଦେବାଳୟ ଅଛି ତ ପାନଶାଳା ବି ଅଛି। ରାସ୍ତାଟି ସମସ୍ତଙ୍କୁ ବାଟ କଢ଼ାଉଛି। କିନ୍ତୁ ସେ କାହାକୁ କହୁନାହିଁ ଯେ ବନ୍ଧୁ ତୁମେ ଦେବାଳୟକୁ ଯାଅ କି କାହାକୁ କହୁନାହିଁ ଯେ ତୁମେ ପାନଶାଳାକୁ ଯାଅ। ତେଣୁ ମୋ ପାଖରେ ଥିବା ଭିତରେ ମୁଁ ତୁମକୁ ରାସ୍ତା ଦେଖାଇ ଦେଇଛି। ତୁମେମାନେ ଏଣିକି ସେଇ ରାସ୍ତାରେ ଚାଲିିବ। ତୁମେ ସେହି ରାସ୍ତାରେ ଯାଇ କେଉଁଠି ପହଞ୍ଚିବ, ତାହା ତୁମ ଉପରେ ନିର୍ଭର କରେ। ମୁଁ ଆଉ କିଛି କହିବି ନାହିଁ।

ସମ୍ବନ୍ଧିତ ଖବର