ବଳ କେଉଁଠି ଥାଏ

କଥାଟିଏ - ଯାଯାବର

ଦୁଇ ସାଙ୍ଗ ଯାଉଥିଲେ। ସେମାନଙ୍କ ଭିତରୁ ଜଣେ ଥିଲା ଅସମ୍ଭବ ଭାବେ ମୋଟା ଏବ˚ ଆର ଜଣକ ଅସମ୍ଭବ ଭାବେ ପତଳା। ମୁହଁ ସ˚ଜ ହୋଇ ଆସୁଥିଲା। ଦୈବାତ୍‌ ମୋଟା ପିଲାଟି ପଡ଼ିଗଲା ଗୋଟିଏ ଗଭୀର ଖାତରେ। ପତଳା ସାଙ୍ଗଟି ତାକୁ ବାହାର କରିବା ଲାଗି ଚେଷ୍ଟା କଲା। ସେ ଦେଖିଲା ନିକଟରେ ଗୋଟିଏ ଲମ୍ବା ଓ ଶକ୍ତ ରଶି ପଡ଼ିଛି। ସେ ସେଇ ରଶିଟିକୁ ତଳକୁ ଖସାଇଲା ଏବ˚ ସେଇଥିରେ ତା’ର ମୋଟା ସାଙ୍ଗକୁ ଭିଡ଼ି ବାହାର କଲା। ଦୁହେଁ ଝାଳନାଳ ଓ କାଦୁଅ ସରସର ହୋଇ ଘରକୁ ଫେରିଲେ।

ଗାଁ ଲୋକେ ପଚାରିଲେ କଥା କ’ଣ? ମୋଟା ପିଲାଟି କହିଲା ମୁଁ ଗୋଟିଏ ବଡ଼ ଗାତରେ ପଡ଼ିଯାଇଥିଲି। ମୋତେ ମୋ ସାଙ୍ଗ ଦଉଡ଼ିରେ ଭିଡ଼ି ବାହାର କଲା। ଏ କଥା ଶୁଣି ଗାଁ ଲୋକେ ହସିଲେ। ସେମାନେ କହିଲେ- ବୋକା ବନେଇବାକୁ ତୁମ ଦୁଇ ଜଣଙ୍କୁ ଆଉ କେହି ମିଳିଲେ ନାହିଁ? ଖଡ଼ିକା କାଠି ଭଳି ପିଲା, ସେ ପୁଣି ହାତୀକୁ ଟାଣି ବାହାର କଲା? ଏହା ଅସମ୍ଭବ। ତେଣୁ ଗାଁରେ କେହି ଏ କଥାକୁ ବିଶ୍ବାସ କଲେ ନାହିଁ। କିନ୍ତୁ ଜଣେ ବୁଢ଼ା ଏହାକୁ ବିଶ୍ବାସ କଲେ।

ଗାଁ ଲୋକେ କହିଲେ- ମଉସା, ଏହା ସମ୍ଭବ କେମିତି?

ବୁଢ଼ା କହିଲେ- ଯେହେତୁ ସେଠାରେ ଏହା ଅସମ୍ଭବ ବୋଲି କହିବାକୁ ତୁମ ଭିତରୁ କେହି ନ ଥିଲେ! ଯେତେବେଳେ ତା’ର ସାଙ୍ଗ ଗାତରେ ପଡ଼ିଯାଇଥିବ, ସେତିକି ବେଳେ ସେ କେବଳ ଗୋଟିଏ ଲକ୍ଷ୍ୟରେ ଥିବ, ତାହା ହେଲା ସାଙ୍ଗକୁ କେମିତି ବାହାର କରିବ। ସେଇ ଜିଦିରେ ସେ ତା’ର ସାମର୍ଥ୍ୟକୁ ଅତିକ୍ରମ କରି ଅସାଧୢକୁ ସାଧୢ କରିପାରିଲା। ମନେ ରଖ ବଳ ମନରେ ଥାଏ, ଶରୀରରେ ନୁହେ।

ସମ୍ବନ୍ଧିତ ଖବର