ଥରେ ଆକବର ଏବଂ ବୀରବଲ ସାଧାରଣ ବେଶରେ ବୁଲୁଥିବା ବେଳେ ଦେଖିଲେ ଯେ ଜଣେ ବ୍ୟକ୍ତି ଅତ୍ୟନ୍ତ ଅଶ୍ରାବ୍ୟ ଭାଷାରେ ଉଚ୍ଚ ସ୍ବରରେ ଗାଳି ଦେବାରେ ଲାଗିଛି। ଏହା ଆକବରଙ୍କୁ ଭୀଷଣ ଖରାପ ଲାଗିଲା। ସେ ସେଠାରୁ େଫରି ଆସି ଲୋକ ପଠାଇ ସେହି ଲୋକକୁ ଆଣି ଜେଲ୍ରେ ପୂରାଇ ଦେଲେ। ଏହାର କିଛି ଦିନ ପରେ ସେହି ଲୋକର ପତ୍ନୀ ବୀରବଲଙ୍କ ଶରଣ ପଶିଲା ଏବଂ କହିଲା- ଆଜ୍ଞା, ମୋ ସ୍ବାମୀ ଅତି କ୍ରୋଧୀ ଲୋକ। ତେଣୁ ସେ ହିତାହିତ ଜ୍ଞାନ ହରାଇ ଶାନ୍ତିଭଙ୍ଗ କଲା ଭଳି କାମ କରିଛନ୍ତି। କିନ୍ତୁ ଏବେ େସ ଯଥେଷ୍ଟ ସଜା ପାଇଗଲେଣି। ତାଙ୍କୁ ଏବେ ଖଲାସ କରାଇ ଦିଅନ୍ତୁ।
ବୀରବଲ ଏହା ଶୁଣି ଆକବରଙ୍କ ନିକଟକୁ ଯାଇ ସେହି ଲୋକକୁ ଛାଡ଼ି ଦେବାକୁ ଅନୁରୋଧ କଲେ। ଆକବର କିନ୍ତୁ ରାଜି ହେଲେ ନାହିଁ।
ବୀରବଲ ଏହା ଶୁଣି କହିଲେ-ଜାହାଁପନା, ଆପଣ ଯାହାକୁ ଜେଲ୍ରେ ପୂରାଇଛନ୍ତି ସେ ସେହି ଲୋକ ନୁହେଁ।
ଆକବର କହିଲେ- କି ଆଶ୍ଚର୍ଯ୍ୟ! ମୁଁ ତାକୁ ଭଲ ଭାବେ ଦେଖିଛି।
ତା’ ପରେ ସେହି ଲୋକକୁ ସାମନାକୁ ଅଣାଗଲା। ଜେଲ୍ରେ କିଛି ଦିନ ରହି ସେ ଲୋକ ଭୟଭୀତ ଏବଂ ନିଜ କାମ ଲାଗି ଅନୁତପ୍ତ ଥିଲା।
ଆକବର କହିଲେ- ଦେଖିଲ, ୟେ ସେ ଲୋକ ନୁହେଁ?
ବୀରବଲ କହିଲେ- ନା ମଣିମା, ୟେ ସେ ନୁହେଁ। ସେ ଦିନ ରାଗରେ ହିତାହିତ ଜ୍ଞାନ ହରାଇ ଥିବା ଲୋକଟି େୟ ନୁହେଁ। ୟାକୁ ଦେଖନ୍ତୁ! ସେ ଦିନ ସେଠାରେ ୟେ ଥିଲା?
ଆବକର ବୀରବଲଙ୍କ କଥାର ମର୍ମ ବୁଝି ପାରିଲେ। ବୀରବଲ କହିବାକୁ ଚାହୁଥିଲେ ଯେ କ୍ରୋଧରେ ହିତାହିତ ଜ୍ଞାନ ହରାଇଲେ ଲୋକ ନିଜ ଅଗୋଚରରେ ଆତ୍ମ ନିୟନ୍ତ୍ରଣ ହରାଇ ଆଉ ଜଣେ ଲୋକରେ ପରିଣତ ହୁଏ ଓ ଅକାମ କରି ବସେ।
ଆକବର ସେହି ଲୋକକୁ ଏବେ ତାଗିଦା କରି ଛାଡ଼ିଦେଲେ।