ସ୍ୱର୍ଗ ଓ ନର୍କ

କଥାଟିଏ - ଯାଯାବର

ମୁଲ୍ଲା ନସିରୁଦ୍ଦିନଙ୍କୁ ଉଜ୍‌ବେକିସ୍ତାନର ରାଜା ପରିହାସ କରି କହିଲେ- ମୁଲ୍ଲା ମୁଁ ସ୍ବପ୍ନ ଦେଖିଛି ଯେ ତୁମେ ନର୍କରେ ପଡ଼ିଛ। ସେଠି ତୁମ ଭଳି ଆମ ରାଜ୍ୟର ବହୁତ ଲୋକ ଅଛନ୍ତି। କଥା ହେଲା, ତୁମମାନଙ୍କ ଲାଗି ସେଠି ବଢ଼ିଆ ଖାଦ୍ୟର ବ୍ୟବସ୍ଥା କରାଯାଇଛି। ତୁମ ଆଗରେ ଟେବୁଲ ଉପରେ ତାହା ଥୁଆଯାଇଛି। ଖାଇବା ଲାଗି ଚାମଚ ବି ଅଛି। କିନ୍ତୁ ତୁମେମାନେ ତାହା ଖାଇ ନ ପାରି ଡହଳବିକଳ ହେଉଛ। କାରଣ ସେ ସବୁ ଚାମଚର ଦଣ୍ଡିଗୁଡ଼ିକ ପାଞ୍ଚ ଫୁଟ ଲମ୍ବା ଏବଂ ସେହି କାରଣରୁ ତୁମେ ନିଜ ପାଟିରେ ଖାଦ୍ୟ ପୂରାଇ ପାରୁନାହଁ। ପୁଣି ଖାଦ୍ୟ ସବୁ ଏତେ ଗରମ ଯେ ତୁମେ ହାତରେ ବି ଖାଇ ପାରୁନାହଁ। ତେଣୁ ଆଗରେ ଖାଦ୍ୟର ବ୍ୟବସ୍ଥା ଥାଇ ବି ଭୋକରେ ରହିବା ହେଉଛି ନର୍କ, ଯାହା ତୁମକୁ ମିଳିଛି।

ମୁଲ୍ଲା କହିଲେ- ମଣିମା, ସତ କୁହନ୍ତୁ, ସେଠି ଆପଣ ମୋତେ ଦେଖିଲେ? ମୁଁ କିନ୍ତୁ ସେଠି ଥିଲେ ଭୋକର ପ୍ରଶ୍ନ ନ ଥାଆନ୍ତା!

ରାଜା ପଚାରିଲେ- କେମିତି?

ମୁଲ୍ଲା କହିଲେ- ମଣିମା, ମୁଁ ଜାଣିଛି ଏମିତି ସ୍ଥିତିରେ କ’ଣ କରାଯାଏ। ବାଗଟି ହେଲା ନିଜ ଚାମଚରେ ଅନ୍ୟକୁ ଖୁଆଇ ଦେବା ଏବଂ ଅନ୍ୟର ଚାମଚରେ ନିଜେ ଖାଇବା। ଚାମଚର ଦଣ୍ଡିର ଲମ୍ବ ପାଞ୍ଚ ଫୁଟ ହେଲେ ପରସ୍ପରକୁ ସାହାଯ୍ୟ କରି ଆମେ ନର୍କକୁ ସ୍ବର୍ଗରେ ବଦଳାଇ ପାରିବା।

ସମ୍ବନ୍ଧିତ ଖବର