ଦୁଇ ଜଣ ତରୁଣ ଏକ ଘଞ୍ଚ ଜଙ୍ଗଲରେ ହଜିଗଲେ। ସେମାନେ ବୁୁଲି ବୁଲି ସ˚ପୂର୍ଣ୍ଣ ହତାଶ ହୋଇ ଗୋଟିଏ ଗଛ ମୂଳରେ ବସିପଡ଼ିଲେ। ଗଛଟି ଥିଲା ଏକ କଳ୍ପ ବୃକ୍ଷ। ସେଇ ଯୁବକ ଦ୍ବୟଙ୍କ ଭିତରୁ ଜଣେ ଭୋକ ହେଲାଣି କିଛି ଖାଦ୍ୟ ମିଳିଯାଆନ୍ତା କି ବୋଲି କହି ପକାନ୍ତେ ସେମାନଙ୍କ ଆଗରେ ପତ୍ର ଘୋଡ଼ା ହୋଇଥିବା ସୁସ୍ବାଦୁ ଖାଦ୍ୟ ପହଞ୍ଚିଯିବାରୁ ସେମାନେ ଜାଣିଲେ ଯେ ସେମାନେ ଯାହା ମୂଳରେ ବସିଛନ୍ତି ତାହା ଏକ କଳ୍ପ ବୃକ୍ଷ। ସେମାନଙ୍କ ଆନନ୍ଦ କହିଲେ ନ ସରେ। ଜଣେ କହିଲା- ଭାଇ ଏବେ ବାହାରକୁ ବାହାରିବା କଷ୍ଟକର ନୁହେଁ। ଆଗ ଖାଇନିଅ। ବିଶ୍ରାମ ନିଅ। ତା’ ପରେ ଦେଖିବା।

Advertisment

ସେମାନେ ତାହା କଲେ। ବିଶ୍ରାମ ନେଇ ସାରିବା ପରେ ଦୁଇ ଯୁବକ ମନଇଚ୍ଛା ଧନରତ୍ନ ଆଦି ମା‌ଗିଲେ। ତତ୍‌କ୍ଷଣାତ୍‌ ସେହି ଇଚ୍ଛା ସବୁ ପୂର୍ଣ୍ଣ ହୋଇଗଲା। ଏବେ ସେ ସବୁକୁ ରୁଣ୍ଡାଇ ପୁଣ୍ଡାଇ ସେମାନେ ଜଙ୍ଗଲରୁ ବାହାରିବାର ଇଚ୍ଛା ପ୍ରକଟ କଲେ।

ସାଙ୍ଗେ ସାଙ୍ଗେ ଦଳେ ଜଙ୍ଗଲୀ ଲୋକ ସେଠାରେ ପହଞ୍ଚିିଲେ। ସେମାନେ ବିନା ବାକ୍ୟ ବ୍ୟୟରେ ଏ ଦୁହିଁଙ୍କ ହାତଗୋଡ଼ ବାନ୍ଧି ଜଙ୍ଗଲ ବାହାରେ ଥିବା ସେମାନଙ୍କ ଗାଁକୁ ଚାଲିଲେ। ପ୍ରକୃତରେ ସେମାନେ ନର ବଳି ଲାଗି ଲୋକ ଖୋଜୁଥିଲେ। ଅବଶ୍ୟ ଆମେ ଆଶା କରିବା ଯେ ତରୁଣ ଦ୍ବୟ କୌଣସି ମତେ ମୁକ୍ତ ହୋଇ ଘରକୁ ଫେରିଥିବେ। କିନ୍ତୁ ମୂଳ କଥା ହେଲା ଇଚ୍ଛା ପୂର୍ତ୍ତି ବେଳେ ବେ‌େଳ ଏମିତି ଅନାକାଂକ୍ଷିତ ଭାବେ ଘଟିଥାଏ, ଯେମିତି ଯୁବକ ଦ୍ବୟଙ୍କ ଜଙ୍ଗଲ ଭିତରୁ ବାହାରକୁ ବାହାରିବାର ଇଚ୍ଛା ପୂରଣରେ ଆମେ ଦେଖିଲେ।