ରାଜାଙ୍କ ପାଖରେ ଜଣେ ପଣ୍ତିତ ପହଞ୍ଚିଲେ। ନିଜର ଜ୍ଞାନର ପରାକାଷ୍ଠା ପ୍ରଦର୍ଶନ କରି ରାଜାଙ୍କ ପରାମର୍ଶଦାତା ଭାବେ ରାଜ ଦରବାରରେ ସ୍ଥାନଟିଏ ଲାଭ କରିବା ଥିଲା ତାଙ୍କର ଉଦ୍ଦେଶ୍ୟ। କାରଣ ସେ ଶୁଣିଥିଲେ ଯେ ରାଜା ଯାହାଙ୍କ ଠାରୁ ବିଶେଷ ପରାମର୍ଶ ଲୋଡୁଛନ୍ତି, ସେ ଜଣେ ସାଧାରଣ ବ୍ୟକ୍ତି। ତାଙ୍କର ଶିକ୍ଷାଦୀକ୍ଷା ନାହିଁ।
ରାଜାଙ୍କ ଦରବାରରେ ପହଞ୍ଚି ପଣ୍ତିତ ମହାଶୟ ଆହ୍ବାନ ଦେଲେ ଯେ ଯଦି କାହାର ସାହସ ଅଛି ତାଙ୍କୁ ଜ୍ଞାନରେ ପରାସ୍ତ କରି ଦେଖାନ୍ତୁ। ସଙ୍ଗେ ସଙ୍ଗେ ରାଜାଙ୍କ ଦରବାରରେ ଥିବା ପଣ୍ତିତ ବର୍ଗ ଚଳଚଞ୍ଚଳ ହୋଇ ଉଠିଲେ। କିନ୍ତୁ ସମସ୍ତେ ପଣ୍ତିତଙ୍କ ଦ୍ବାରା ପରାସ୍ତ ହେଲେ। ଏବେ ପଣ୍ତିତ କହିଲେ- ମହାରାଜ, ଆପଣଙ୍କ ଦରବାରରେ ମୋ ଭଳି ଜ୍ଞାନୀ ବିଦ୍ୟମାନ। ଆପଣ ମୋତେ ଆପଣଙ୍କ ପରାମର୍ଶଦାତା ଭାବେ ଗ୍ରହଣ କରିବା ଉଚିତ।
ରାଜା କହିଲେ- ଆପଣଙ୍କ ଜ୍ଞାନ ଚମତ୍କାର। କିନ୍ତୁ ମୋ ସୀମିତ ବୁଦ୍ଧିରେ ମୁଁ କହିବି ଯେ ଆପଣ ପ୍ରକୃତରେ ଜଣେ ମୂଢ଼।
ପଣ୍ତିତ ଚମକି ପଡ଼ିଲେ।
ରାଜା କହିଲେ- ବୁଝାଇ ଦେଉଛି। ଆପଣ ଜଣେ ପଣ୍ତିତ। ବିଭିନ୍ନ ପୋଥି ପଢ଼ି ଆପଣ ଜ୍ଞାନ ଆହରଣ କରିଛନ୍ତି। କିନ୍ତୁ ଆପଣଙ୍କ ନିଜସ୍ବ କ’ଣ ଆପଣଙ୍କ ଠାରେ ରହିଛି। ଆପଣ ନିଜର ଏହି ଅଭାବଟିକୁ ଜାଣି ପାରି ନାହାନ୍ତି ତ ଆପଣ କି ପ୍ରକାର ଜ୍ଞାନୀ। ପ୍ରକୃତ ଜ୍ଞାନୀ ସେହି ଯିଏ ନିଜର ଖୁଣ ଜାଣିଥାଏ। ଆପଣ ପ୍ରକୃତ ଜ୍ଞାନ ବର୍ଜିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/footf.jpg)