ରମଣ ମହର୍ଷିଙ୍କ କଥା

କଥାଟିଏ - ଯାଯାବର

ରମଣ ମହର୍ଷିଙ୍କ ସହଯୋଗୀଙ୍କୁ ଜଣେ ବିଦେଶୀ ପ୍ରଶ୍ନ କଲେ- ମହର୍ଷି କିଭଳି ପ‌ରମେଶ୍ବରଙ୍କ ସତ୍ତାକୁ ଉପଲବ୍‌ଧି କରିପାରିଲେ? ତା’ର ବାଟ କ’ଣ?

ରମଣ ମହର୍ଷିଙ୍କ ସହଯୋଗୀ କହିଲେ- ମୁଁ ପ୍ରଶ୍ନଟି ନେଇ ମହର୍ଷିଙ୍କୁ ପଚାରିବା ପରେ ଉତ୍ତର ନେଇ ଆସିବି।

ମହର୍ଷି ପ୍ରଶ୍ନଟି ଶୁଣି କହିଲେ- ତୁମେ ତ ସବୁ ଜାଣ। ତାଙ୍କୁ ଯାଇ କହି ଦେଉ ନାହଁ?

ସୁତରାଂ ମହର୍ଷିଙ୍କ ସହଯୋଗୀ ବିଦେଶୀଙ୍କ ପାଖକୁ ଉତ୍ତର ନେଇ ଆସିଲେ ଯେ ମହର୍ଷି ଏକାନ୍ତରେ ବସିଥିବା ବେଳେ ପରମେଶ୍ବରଙ୍କ ସନ୍ଧାନ ପାଇଲେ।

ସେ ପଚାରିଲେ- ତାହା ହେଲେ କେମିତି ବସିବାକୁ ହେବ କହନ୍ତୁ।

ରମଣ ମହର୍ଷି କିଭଳି ଉପବେଶନ କରନ୍ତି, ତାହାର ଅଭିନୟ ସହଯୋଗୀ ଜଣକ ନିଜେ କରି ଦେଖାଇ ଦେଲେ।

ଅନେକ ମାସ ପରେ ସେ ପୁଣି ମହର୍ଷିଙ୍କ ସହଯୋଗୀଙ୍କୁ କହିଲେ- ଆପଣ କିଛି ଗୂଢ଼ କଥା ଲୁଚାଉଛନ୍ତି। କାରଣ ମୁଁ ଆପଣ କହିଥିବା ଭଳି ଅନେକ ସମୟ ବସି ପରୀକ୍ଷା କରି ସାରିଲିଣି। କିଛି ଲାଭ ମିଳୁନାହିଁ।

ସହଯୋଗୀ କହି‌େଲ- ଗୂଢ଼ କଥା ନୁହେଁ, ଖୋଲା କଥା। ମହର୍ଷିଙ୍କୁ ଦେଖି ଆପଣ ବା ଅନ୍ୟ କେହି ସମାନ ଢଙ୍ଗରେ ବସି ପାରିବେ। କିନ୍ତୁ ମହର୍ଷିଙ୍କ ଭଳି ଆଉ କେହି ବସି ପାରିବେ ନାହିଁ। ତେଣୁ ପରମେଶ୍ବରଙ୍କ ସନ୍ଧାନ ମହର୍ଷି ପାଇଲେ, ଅଥଚ ଆପଣ ବା ମୁଁ ପାଇ ପାରିବା ନାହିଁ।

ସମ୍ବନ୍ଧିତ ଖବର