ଯେତେବେଳେ ପୃଥିବୀର ଅନେକ ଅଞ୍ଚଳ ଅନାବିଷ୍କୃତ ହୋଇ ରହିଥିଲା ଏବ˚ ଜଳ ପଥରେ ଦୂରଦୂରାନ୍ତର ଦେଶସବୁ ଆବିଷ୍କୃତ ହେଉଥିଲା, ସେତିକି ବେଳେ ପ୍ରାଚୁର୍ଯ୍ୟ ଏବ˚ ବିଭବଭରା ଭୂଖଣ୍ତ ବାବଦରେ ଜନରବମାନ ଶୁଣାଯାଉଥିଲା। ତା’ ପରେ ସେସବୁର ସନ୍ଧାନରେ ଅନେକ ବାହାରିଯାଉଥିଲେ। ଏହି ଅଭିଯାନର ଝୁଙ୍କରେ ଜାହାଜ ଓ ନାବିକ ପଠାଇ ପଠାଇ ଅନେକ ଧନୀ ଓ ରାଜା ଦେବାଳିଆ ହୋଇଯାଉଥିଲେ।
ସେଇ ଭଳି ଗୋଟିଏ ରାଜ୍ୟ ଥିଲା ଏଲ୍ ଡୋରାଡୋ। ସେହି ରାଜ୍ୟରେ ଜଣେ ସୁବର୍ଣ୍ଣ ମଣିଷ ରାଜୁତି କରୁଛନ୍ତି ଏବ˚ ସେଠାରେ ସବୁ କିଛି ସୁନାର ବୋଲି ଗୁଜବଟିଏ ବାହାରିଲା। ଅନେକ ଅଭିଯାନ ହେଲା, କିନ୍ତୁ ଏଲ୍ ଡୋରାଡୋ ମିଳିଲା ନାହିଁ।
ସେହିଭଳି ଦ୍ବାଦଶ ଶତାବ୍ଦୀର କଥା। ବାଇଜାଣ୍ଟାଇନ୍ ଏ˚ପାୟାର୍ସ ମାନୁଆଲ୍ରେ ପ୍ରକାଶିତ ହେଲା ଗୋଟିଏ ଚିଠି। ସେଇ ଚିଠିଟି ଆସିଥିଲା ଜଣେ ଧର୍ମଯାଜକଙ୍କ ଠାରୁ ଯିଏ କି ଥିଲେ ଜଣେ ରାଜା। ତାଙ୍କ ନାମ ଥିଲା ପାଷ୍ଟର୍ ଜନ୍। ସେଇ ଚିଠିରେ ସେ ଲେଖିଥିଲେ ତାଙ୍କ ରାଜ୍ୟ ବିଷୟରେ ଅନେକ କିଛି। ତାଙ୍କ ରାଜ୍ୟରେ ବିଚରଣ କରୁଥିଲେ ଡ୍ରାଗନ୍ ଏବ˚ ୟୁନିକର୍ନ୍ ଭଳି ପୌରାଣିକ ଜୀବଜନ୍ତୁ। ପୌରାଣିକ ପଶୁପକ୍ଷୀ, ବୃକ୍ଷଲତା ଏବ˚ ସ˚ପଦରେ ପରିପୂର୍ଣ୍ଣ ଥିଲା ତାଙ୍କ ରାଜ୍ୟ। ତେବେ ଯାହା ସବୁଠାରୁ ଆକର୍ଷଣୀୟ ଥିଲା, ତାହା ହେଉଛି ଯୌବନର ଝର। ଏହି ଚିଠିର ଖବର ସେ ସମୟରେ ସମଗ୍ର ୟୁରୋପ୍ରେ ବ୍ୟାପିଗଲା। ସେହି ରାଜ୍ୟ ସନ୍ଧାନରେ ଅସ˚ଖ୍ୟ ବାହାରିପଡ଼ିଲେ। କିନ୍ତୁ କେହି ସେ ରାଜ୍ୟକୁ ପାଇଲେ ନାହିଁ। ବରଂ ନିଃସ୍ବ ହୋଇଗଲେ।
ଧନ ଅନ୍ବେଷଣରେ ନିଃସ୍ବ ହୋଇଯିବାର ଦୃଷ୍ଟାନ୍ତ ଆହୁରି ଅଛି।