ଜଣେ ଧନୀ ଲୋକ ଚାହୁଁଥିଲେ ଯେ ପୁଅ ବଡ଼ ହୋଇ ଜଣେ ଭଲ ଲୋକ ହେଉ, ସତ୍‌ ପଥରେ ଚାଲୁ। ତେଣୁ ସେ ପୁଅ ଉପରେ ନଜର ରଖୁଥିଲେ। ତଥାପି ତାଙ୍କ ମନରେ ଭୟ ରହି ଯାଉଥିବାରୁ ଜଣେ ଲୋକକୁ ଗୁପ୍ତଚର କାମରେ ଲଗାଇ ଦେଲେ। ସେ ଲୋକ ସବୁ ଖବର ଧନୀଙ୍କୁ ଦେଉଥିଲା। ସେ ଆଶ୍ବସ୍ତ ହେଉଥିଲେ ଯେ ପୁଅ ଠିକ୍ ବାଟରେ ଅଛି।
ଦିନକର କଥା। ପୁଅ ଦିନେ କିଛି ସାଙ୍ଗଙ୍କ କଥାରେ ପଡ଼ି ସ୍କୁଲରୁ ଲୁଚି ବଜାରକୁ ଗଲା। ଏ କଥା ଗୁପ୍ତଚରଟି ଧନୀକଙ୍କୁ କହିଦେଲା। ସେ ଏହା ଶୁଣି ଭୀଷଣ ଦୁଃଖିତ ହେଲେ।

Advertisment

ତଥାପି ସନ୍ଧ୍ୟା ଯାଏ ଅପେକ୍ଷା କଲେ। କାରଣ ତାଙ୍କର ଆଶା ଥିଲା ଯେ ପୁଅ ଅନୁତପ୍ତ ହୋଇ ଦୋଷ ସ୍ବୀକାର କରି କ୍ଷମା ମାଗିବ। ସନ୍ଧ୍ୟା ବେଳକୁ ତାହା ହିଁ ହେଲା। ପୁଅ ନିଜ ତରଫରୁ ଅନୁତାପ କରି ବାପାଙ୍କୁ ସବୁ କିଛି କହିଦେଲା। ଧନୀକ ଏଥର ଜାଣିଲେ ଯେ ତାଙ୍କ ପୁଅ ଏକ ନୀତିବାନ ଯୁବକରେ ପରିଣତ ହୋଇଛି; ତେଣୁ ଆଉ ଭୟର କାରଣ ନାହିଁ। ସେ ଏଣିକି ଗୁପ୍ତଚରକୁ କାମରୁ ଅବ୍ୟାହତି ଦେଲେ। ତେବେ ପୁଅକୁ ଏ ବାବଦରେ ଜଣାଇ ଦେବା ଉଚିତ ହେବ ବୋଲି ଭାବି ତା ପଛରେ ଗୁପ୍ତଚର ଲଗାଇଥିଲେ ବୋଲି ସ୍ବୀକାର କଲେ।

ଏହା ଶୁଣି ପୁଅ କହିଲା-ବାପା, ଆପଣ ମୋ ପଛରେ ଗୁପ୍ତଚର ଲଗାଇ ଯେଉଁ ଅସାଧୁତାର ପରିଚୟ ଦେଇଥିଲେ, ତାହା ଯଦି ଆପଣ ଆଜି ସ୍ବୀକାର କରି ନ ଥାଆନ୍ତେ ଏବ˚ ମୁଁ ଅନ୍ୟ କୌଣସି ସୂତ୍ରରୁ ସେ ବାବଦରେ ଜାଣି ଥାଆନ୍ତି, ତେବେ ମୋର ମଧୢ ଆପଣଙ୍କ ଉପରୁ ବିଶ୍ବାସ ଉଠି ଯାଇଥାଆନ୍ତା। ଏଣୁ ଆପଣଙ୍କୁ ମଧୢ ଧନ୍ୟବାଦ।