ବୁଦ୍ଧଙ୍କ ଅନ୍ତିିମ ବାଣୀ

କଥାଟିଏ - ଯାଯାବର

ବୁଦ୍ଧଙ୍କ ଅନ୍ତିମ କ୍ଷଣର କଥା। ଆଜି ଯାହା ବିହାର ରାଜ୍ୟ, ସେଠାକାର ଏକ ଗାଁରେ ନିହାତି ଗରିବ ଲୋକଙ୍କ ଘରେ ବୁଦ୍ଧ ଅତିଥି ହେଲେ। ଭଲ କରି ମୁଠାଏ ଖାଇବାକୁ ପାଉ ନ ଥିବା ଲୋକର ପରିବାର ବହୁ ସମୟରେ ଜଙ୍ଗଲୀ ଛତୁ ଖାଇ ଚଳୁଥିଲେ ଏବଂ ସେ ଦିନ ମଧ୍ୟ ଖାଇବା ଲାଗି କିଛି ଛତୁ ଭାଜି ରଖିଥିଲେ। ବୁଦ୍ଧଙ୍କୁ ବହୁତ ଆଦରର ସହିତ ସେହି ଛତୁର ତରକାରି ଦିଅ‌ାଗଲା। ଅଥଚ ତାହା ଯେ ବିଷ ଛତୁ ଏ କଥା କେହି ଜାଣି ନ ଥିଲେ।

ବୁଦ୍ଧ ପାଟିକୁ ଛତୁ ନେବା କ୍ଷଣି ତା’ର ପିତା ସ୍ବାଦ ଓ ଜ୍ବାଳାରୁ ଜାଣିପାରିଲେ ଯେ ତାହା ସାଂଘାତିକ ଭାବେ ବିଷାକ୍ତ। କିନ୍ତୁ ସେ ତାହା ଖାଇଲେ। ଖାଇ ସାରିବା ବେଳକୁ ବିଷର ଜ୍ବାଳା ଶରୀର ଯାକ ବ୍ୟାପି ଯାଇଥିଲା ଏବଂ ବୁଦ୍ଧ ସଙ୍ଗେ ସଙ୍ଗେ ଗୁରୁତର ଅସୁସ୍ଥ ହୋଇପଡ଼ିଲେ।

ସେହି ଲୋକଟି କାନ୍ଦିକାଟି ଅଧୀର ହୋଇ ବୁଦ୍ଧଙ୍କୁ ପଚାରିଲେ- ଆପଣ ତାହା ଖାଇଲେ କାହିଁକି? ବିଷ ବୋଲି ଜାଣି ପାରିଲେ ନାହିଁ କି?

ବୁଦ୍ଧ କହିଲେ- ତୁମେ ଆଦୌ ମନ ଦୁଃଖ କର ନାହିଁ। ମୁଁ ତାହା ବିଷ ବୋଲି ଜାଣି ବି ଖାଇଲି।

ଲୋକଟି ଆହୁରି ଜୋରରେ କାନ୍ଦି ପଚାରିଲେ- କିନ୍ତୁ କାହିଁକି?

ବୁଦ୍ଧ କହିଲେ- ମୁଁ ଦେଖିଲି ଯେ ମୁଁ ତୁମ ଘରେ ଖାଉଛି ବୋଲି ତୁମ ଆଖିରୁ ଆନନ୍ଦର ଅଶ୍ରୁ ଝରୁଛି। ସେତିକି ବେଳେ ଛତୁ ବିଷାକ୍ତ ବୋଲି କହିବାକୁ ଜିଭ ଲେଉଟିଲା ନାହିଁ। ମୋ ମୃତ୍ୟୁ ବି ଏହି ଆନନ୍ଦ ଠାରୁ ହାଲୁକା ଭଳି ଲାଗିଲା। ଯେବେ ହେଲେ ତ ମୁଁ ମରନ୍ତି। କିନ୍ତୁ ତୁମର ଏ ଆନନ୍ଦରେ ଭଟ୍ଟା ପକାଇବା ଭଳି କୌଣସି କାରଣ ମୋ ପାଖରେ ନ ଥିଲା।
ବୁଦ୍ଧ ସେହି ବିଷର ଜ୍ବାଳାରେ ମହାପ୍ରୟାଣ ଲାଭ କଲେ ବୋଲି କୁହାଯାଏ।

ସମ୍ବନ୍ଧିତ ଖବର