ୟୁଜି କୃଷ୍ଣମୂର୍ତ୍ତିଙ୍କୁ ଜଣେ ଅନୁଗାମୀ କହି‌େଲ ମନ ଲାଗିଲା ଭଳି କଥାଟିଏ କହନ୍ତୁ।

Advertisment

ୟୁଜିକେ କହିଲେ- ଆପଣଙ୍କ କଥା ଶୁଣି ମୋତେ ତିନିଟି ବୋଇତ କଥା ମନେ ପଡ଼ିଗଲା, ଯେଉଁ ପ୍ରସଙ୍ଗକୁ ଆଜି ସକାଳେ ପଢ଼ିଥିଲି। ଏବେ ଶୁଣନ୍ତୁ।
ଚୀନ୍‌ର ରାଜା ତାଙ୍କ ମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ସମୁଦ୍ର ଦେଖିବାକୁ ଗଲେ। ବିଶାଳ ପାହାଡ଼ ଉପରେ ଛିଡ଼ା ହୋଇ ସେ ସମୁଦ୍ରକୁ ଦେଖି ଆତ୍ମହରା ହେଲେ। ତାଙ୍କ ଆଖି ଆଗରେ ଅନେକ ବୋଇତ ଯିବା ଆସିବା କରୁଥିଲା।

ରାଜା କହିଲେ- ମନ୍ତ୍ରୀ ଦେଖ କେତେ ବୋଇତ!

ମନ୍ତ୍ରୀ କହିଲେ- କିନ୍ତୁ ମହାରାଜ, ମୁଁ ତ ଦେଖୁଛି ମାତ୍ର ତିନିଟି ବୋଇତ!

ରାଜା ବିସ୍ମିତ ହୋଇ କହିଲେ- ତୁମ ଆଖି ଖରାପ ହୋଇଗଲାଣି ନା କ’ଣ? ମାତ୍ର ତିନି ପ୍ରକାର ବୋଇତ?

ମନ୍ତ୍ରୀ ବୁଝାଇ ଦେଇ କହିଲେ- ମଣିମା କେବଳ ତିନି ପ୍ରକାର ବୋଇତ। ସେଗୁଡ଼ିକ ହେଲେ ଧନର ବୋଇତ, ଯଶର ବୋଇତ ଏବଂ କାମନା‌ର ବୋଇତ। ଏ ସବୁ ବୋଇତ ଏହି ତିନି ଭାଗରେ ବିଭକ୍ତ।

ରାଜା ଏହା ଶୁଣି ହସି ଦେଲେ।

କଥାଟି କହି ୟୁଜିକେ କହିଲେ- ଏବେ ବୁଝି ପାରୁଛନ୍ତି ତ ଆମେମାନେ ଯେତେ ଯାହା କାର୍ଯ୍ୟ କରୁଛୁ, ତାହା କେବଳ ଏହି ତିନି ପ୍ରକାର ଜାହାଜ ଭଳି ପରିଚାଳିତ ହେଉଛି।