ଥରେ ସୁଫି ଗୁରୁ ହାରୁନ ଏମିତି ଏକ ରାଜ୍ୟରେ ପହଞ୍ଚିେଲ, ଯେଉଁଠି ରାଜ୍ୟର ରାଜା ଅତ୍ୟନ୍ତ ଅବାଗିଆ ଥିଲେ। ଯାହା ତାଙ୍କ ମନକୁ ଆସୁଥିଲା, ସେ ତାହା କରୁଥିଲେ।
ହାରୁନ ରାଜାଙ୍କୁ ଭେଟିବାକୁ ଚାହିଁଲେ। ହାରୁନଙ୍କ ନାମ ରାଜା ଆଗରୁ ଶୁଣିଥିଲେ। ତେଣୁ ସେ ଦେଖା କରିବାକୁ ରାଜି ହେଲେ।
ସାକ୍ଷାତ କାଳରେ ହାରୁନ ତାଙ୍କୁ ପଚାରିଲେ- ରାଜା, ଆପଣ କାହିଁକି ଗୋଟିଏ ଦାସ ଭଳି ବ୍ୟବହାର କରୁଛନ୍ତି? ଆପଣ ରାଜା। ଆପଣ ଗୋଟିଏ ମାଲିକ ଭଳି ବ୍ୟବହାର କରନ୍ତୁ।
ରାଜା ଏହା ଶୁଣି କହିଲେ- ଏମିତି କାହିଁକି କହୁଛନ୍ତି?
ହାରୁନ କହିଲେ- ଆପଣ ଯାହା ମନକୁ ଆସିଲା ସେମିତି କାମ କରୁଛନ୍ତି ବୋଲି ମୁଁ ଶୁଣିଲି। କିନ୍ତୁ କାହିଁକି?
ରାଜା କହିଲେ- କାହିଁକି ମାନେ? ମୋ ଇଚ୍ଛା ଯେମିତି ଚାହିଁବି କରିବି! ଆପଣ ପରା କହିଲେ ମୁଁ ଜଣେ ରାଜା। ମାଲିକ ଭଳି ବ୍ୟବହାର କରିବା କଥା?
ହାରୁନ କହିଲେ- ଟିକିଏ ସ୍ଥିର ହୁଅନ୍ତୁ ଓ ଚିନ୍ତା କରନ୍ତୁ; ଆପଣ ଯାହା ଇଚ୍ଛା ତାହା କରୁଛନ୍ତି ନା ଆପଣଙ୍କ ଇଚ୍ଛା ଯାହା କରିବାକୁ କହୁଛି, ଆପଣ ତାହା କରୁଛନ୍ତି। ଆପଣ ନିଜ ଇଚ୍ଛାର ମାଲିକ ନା ଆପଣଙ୍କ ଇଚ୍ଛା ଆପଣଙ୍କ ମାଲିକ?
ରାଜା ଟିକିଏ ଅଟକି ଗଲେ ଓ ଭାବିଲେ। ତାଙ୍କୁ କଥାଟା ଠିକ୍ ଭଳି ଲାଗିଲା। ସେ କହିଲେ- ବାସ୍ତବିକ। ଆପଣ ଯାହା କହୁଛନ୍ତି, ତାହା ଠିକ୍ ଭଳି ଲାଗୁଛି।
ହାରୁନ କହିଲେ- ତାହା ହିଁ ସତ୍ୟ। ଯିଏ ଇଚ୍ଛାର ମାଲିକ ସେ ନିଜ ଇଚ୍ଛାକୁ ନିଜ ନିୟନ୍ତ୍ରଣରେ ରଖେ। ଇଚ୍ଛା ଦ୍ବାରା ଚାଳିତ ହୁଏ ନାହିଁ।