ଜଣେ ଜେନ୍‌ ଗୁରୁଙ୍କ ପାଖକୁ ତିନି ଜଣ ତରୁଣ ଧ୍ୟାନ ଶିକ୍ଷା କରିବାକୁ ଆସିଲେ। ଗୁରୁ ସେମାନଙ୍କୁ ଆଶ୍ରମ ଉପରେ ଉଡୁଥିବା ଏକ ପତାକାକୁ ଦେଖାଇ ତା’ରି ଉପରେ ମନ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ କହିଲେ।

Advertisment

ସେହି ସ୍ଥାନରେ ଅନବରତ ପବନ ବହୁଥିଲା ଏବଂ ପତାକାଟି ଫରଫର ହୋଇ ଉଡୁଥିଲା। ସେମାନେ ତା’ରି ଉପରେ ଧ୍ୟାନର ଅଭ୍ୟାସ କଲେ। କିଛି ଦିନ ଏଭଳି ଅଭ୍ୟାସ କଲା ପରେ ସେମାନେ ଅନୁଭବ କଲେ ଯେ ଏମିତି ଉଡୁଥିବା ପତାକା ଉପରେ ଧ୍ୟାନ କରିବା କଷ୍ଟକର ବ୍ୟାପାର।
ସେମାନେ ଗୁରୁଙ୍କ ପାଖକୁ ଗଲେ।

ଜଣେ କହିଲା- ମହାଭାଗ, ପତାକାଟି ଅସ୍ଥିର ରହୁଛି, ତେଣୁ ଧ୍ୟାନ କରିବା ସମ୍ଭବପର ‌ହେଉନାହିଁ।

ଗୁରୁ କହିଲେ- ସ‌େତ?

ଆର ଜଣକ କହିଲା- ନା, ମହାଭାଗ, ସତ କହିଲେ ପତାକା ନୁହେଁ, ପବନ ଅସ୍ଥିର ରହୁଛି ‌େବାଲି ପତାକା ହଲୁଛି ଏବଂ ଧ୍ୟାନ ହୋଇ ପାରୁନାହିଁ।
ଗୁରୁ ପୁଣି କହିଲେ- ସତେ?

ଏହା ଶୁଣି ତୃତୀୟ ଜଣକ କହିଲା- ମହାଭାଗ, ନା ପତାକା ଅସ୍ଥିର ନା ପବନ ଅସ୍ଥିର। ଆମ ମନ ଅସ୍ଥିର ରହୁଛି ବୋଲି ଧ୍ୟାନ ହୋଇ ପାରୁନାହିଁ।
ଗୁରୁ ଏଥର ହସି କହିଲେ- ଠିକ ବୁଝିଛ। ଏବେ ମନକୁ ସ୍ଥିର କର।