ମୃତ୍ୟୁ ଓ ନାଦିର ଶାହ

କଥାଟିଏ - ଯାଯାବର

ସମ୍ରାଟ ନାଦିର ଶାହ ଥିଲା ଜଣେ ଅତ୍ୟନ୍ତ କ୍ରୂର ଶାସକ। ଅନ୍ୟମାନଙ୍କ ମୃତ୍ୟୁ ତା’ ଲାଗି ଖେଳ ଘର ଥିଲା।

ଶୁଣାଯାଏ ଯେ ଥରେ ତା’ ନିକଟକୁ ଆସିଥିବା ତା’ର ଜଣେ ପ୍ରିୟ ନର୍ତ୍ତକୀ ରାତିର ଅନ୍ଧାରରେ ଘରକୁ ଯିବାକୁ ଭୟ କରିବାରୁ ନାଦିର ଶାହ ଆଦେଶ ଦେଇଥିଲା ଯେ ରାସ୍ତା କଡ଼ରେ ଥିବା ଘରଗୁଡ଼ିକରେ ନିଆଁ ଲଗାଇ ଦିଆଯାଉ, ଫଳରେ ନର୍ତ୍ତକୀ ନିଆଁ ଦ୍ବାରା ଆଲୋକିତ ରାସ୍ତାରେ ଯାଇ ପାରିବ। ଏହି ଆଦେଶ କାର୍ଯ୍ୟକାରୀ ହେଲା ଏବଂ ଅସଂଖ୍ୟ ଲୋକ ଶୋଇଥିବା ବେଳେ ନିଆଁରେ ପୋଡ଼ି ହୋଇ ମଲେ।

ଅଥଚ ‌େସହି ନାଦିର ଶାହ ଥିଲା ନିଜ ମୃତ୍ୟୁ ଲାଗି ଅତ୍ୟନ୍ତ ଭୟଭୀତ। ତା’ର ମୃତ୍ୟୁ ମଧ୍ୟ ସେମିତି ଢଙ୍ଗରେ ହେଲା। ଭାରତ ଆକ୍ରମଣ କରି ଫେରୁଥିବା ବେଳେ ସେ ରାତିରେ ନିଜ ତମ୍ବୁୂରେ ‌େଶାଇଥିବା ବେଳେ ହଠାତ୍‌ ଚିତ୍କାର ଶୁଣିଲା। ରାତିର ଅନ୍ଧକାର ଭିତରେ ସୈନ୍ୟଙ୍କ ଶିବିରରୁ ଚୋରି କରିବା ଲାଗି ଡାକୁଟିଏ ପଶି ଆସିଥିବାରୁ ସୈନିକମାନେ ହଠାତ୍ ଚିତ୍କାର କଲେ। ନାଦିର ଶାହ ଭାବିଲା ବୋଧହୁଏ ତା’ ଉପରେ ଆକ୍ରମଣ ହେବ। ସେ ଭୟରେ ତମ୍ବୁ ବାହାରକୁ ପଳାଇ ଯାଉଥିବା ବେଳେ ତମ୍ବୁର ଦଉଡ଼ିରେ ତା’ର ଗୋଡ଼ ଛନ୍ଦି ହୋଇଗଲା। ତାକୁ ଲାଗିଲା ‌େଯମିତି ତା’ ଗୋଡ଼କୁ କେହି ଜଣେ ଟାଣି ଧରୁଛି। ବାସ୍‌, ଭୟରେ ତା’ର ହୃଦ୍‌ଯନ୍ତ୍ର ବନ୍ଦ ହୋଇଗଲା ଏବଂ ତା’ର ମୃତ୍ୟୁ ହେଲା।

ସମ୍ବନ୍ଧିତ ଖବର